Home କୋରାପୁଟ ଜିଲ୍ଲାସ୍ତରୀୟ ଆଲୁମିନି ସମାବେଶ

ଜିଲ୍ଲାସ୍ତରୀୟ ଆଲୁମିନି ସମାବେଶ

314

କୋରାପୁଟ ; ତା୨୬-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) ମୋ ସ୍କୁଲ ଅଭିଯାନକୁ ନେଇ ସ୍ଥାନୀୟ ସରକାରୀ ହାଇସ୍କୁଲ ସଭାଗୃହଠାରେ ଜିଲ୍ଲାସ୍ତରୀୟ ଆଲୁମିନି ସମାବେଶ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ,ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି , କୋଟସ ନିଦେ୍ର୍ଦଶକ ପି.ସି.ମହାପାତ୍ରଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକରୁ ୧୦ ଜଣ ଲେଖାଏଁ ଆଲୁମିନି ଯୋଗଦେଇଥିଲେ ବୋଲି ଜଣାପଡିଛି ।ପୋଲିସ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରସିଂହ ଦାଶ ଓ ହାଇସ୍କୁଲର ଶିକ୍ଷକ ହିମାଁଶୁ ଶେଖର ଦାଶ ପ୍ରମୁଖ ମଂଚ ପରିଚାଳନା କରିଥିବା ବେଳେ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିକାଶ ଚନ୍ଦ୍ର ସରକାର , ଶିକ୍ଷକ ଶିଶିର ପାତ୍ର. ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶିବ ପଟନାୟକ ,ଦିଗାମ୍ବର ଷଡଙ୍ଗୀ , ଜଗନ୍ନାଥ ଦାସ , ସମଗ୍ର ଶିକ୍ଷା ଅଭିଯାନର ଗୁଣାତ୍ମକ ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତି ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.