Home କୋରାପୁଟ ଜିଲ୍ଲା ଭିତିକ ନିଯୁକ୍ତି କର ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଲା...

ଜିଲ୍ଲା ଭିତିକ ନିଯୁକ୍ତି କର ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଲା କୋରାପୁଟିଆ ଜନ ସୁରକ୍ଷା ସଂଘ

681

କୋରାପୁଟ ; ତା୧୪-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଜିଲ୍ଲାଭିତିକ ନିଯୁକ୍ତି କରିବାକୁ ଦାବି ଜୋର ଧରିଲା। କୋରାପୁଟିଆ ଜନ ସୁରକ୍ଷା ସଂଘର କର୍ମକର୍ତାମାନେ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରି ଆସନ୍ତା ୧୬ ତାରିଖଦିନ ମଙ୍ଗଳ ବିଭାଗର ହେବାକୁ ଥିବା ଶିକ୍ଷକ ନିଯୁକ୍ତିର ପ୍ରମାଣପତ୍ର ଯାଂଚ ପ୍ରକ୍ରୀୟାକୁ ବନ୍ଦ ରଖିବାକୁ ନିବେଦନ କରିଛନ୍ତି।ଜିଲ୍ଲାଭିତିକ ନିଯୁକ୍ତି କରିବାକୁ ସେମାନେ ଦାବି କରିଛନ୍ତି।ସଭାପତି ଦାସି ନନ୍ଦିବାଲିଙ୍କ ସହ ଉପସଭାପତି ତ୍ରିଲୋଚନ ମୁଦୁଲି,  ସଂପାଦକ ପୂର୍ଣ୍ଣ ଜାନି, କାର୍ଯ୍ୟକାରୀ ସଭାପତି ରାମ ମୁଦୁଲିି, ଉପଦେଷ୍ଟା ଦେବ କୁମାର ଓ କର୍ପୁର ହନ୍ତାଲ,  ସମାଜସେବୀ କାମାକ୍ଷା ପ୍ରସାଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ।ସହକାରୀ ଜିଲ୍ଲାପାଳ ଡ. ଅଶୋକ କୁମାର କର୍ଣ୍ଣ ଦାବିପତ୍ର ଗ୍ରହଣ କରିଥିଲେ।ସୂଚନା ଯୋଗ୍ୟ ଯେ ଗତ ୨୯ ତାରିଖଦିନ ଜିଲ୍ଲାଭିତିକ ନିଯୁକ୍ତି ଦାବି କରାଯାଇ ଆନ୍ଦୋଳନ ହୋଇଥିବାରୁ ଏଏନଏମ ସାକ୍ଷାତାକାର ପରୀକ୍ଷା ହୋଇପାରି ନ ଥିଲା।ଏହାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସମର୍ଥନ କରିଥିଲେ।କୋରାପୁଟ ଜିଲ୍ଲା ମଙ୍ଗଳ ବିଭାଗ ଆସନ୍ତା ୧୬ ତାରିଖ ଦିନ ୩୮ ଜଣ ଯୁବକ /ଯୁବତୀଙ୍କୁ ପ୍ରମାଣପତ୍ର ଯାଂଚ ନିମନ୍ତେ ଡାକିଥିବା ଜଣାପଡିଛି।ଟିଜିଟି(ପିସିଏମ), ଟିଜିଟି(ସିବିଜେଡ),  ପିଇଟି, ଆଇଏସସି(ସିଟି),  ଆଇଏ(ସିଟି),  ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦବୀ ପୂରଣ ନିମନ୍ତେ ୩୮ ଜଣ ଚୟନ କରାଯାଇଥିବା ଜଣାପଡିଛି।ଏଥିମଧ୍ୟରୁ ୨୬ ଜଣ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ୧୨ ଜଣ ବାହାର ଜିଲ୍ଲାର ଅଟନ୍ତି ବୋଲି ଜଣାପଡିଛି।

ଆସନ୍ତା ପ୍ରମାଣପତ୍ର ଯାଂଚ ପ୍ରକ୍ରୀୟା ବନ୍ଦ କରାଯାଉ ଓ ସମସ୍ତ ନିଯୁକ୍ତି ଜିଲ୍ଲାଭିତିକ କରାଯାଉ ବୋଲି କୋରାପୁଟିଆ ଜନ ସୁରକ୍ଷା ସଂଘର ଉପସଭାପତି ତ୍ରିଲୋଚନ ମୁଦୁଲି ଦାବି କରିଛନ୍ତି।କୋରାପୁଟ ଜିଲ୍ଲାରେ ପେସା ଅଧିନିୟମ ଲାଗୁ କରାଗଲା ନାହିଁ ବୋଲି ସେ ପ୍ରକାଶ କରିଥିଲେ।ଏଠାରେ ଯେତେସବୁ ନିଯୁକ୍ତି କରାଯାଉଛି କୋରାପୁଟର ମୂଳ ନିବାସୀ ନିଯୁକ୍ତି ପାଉ ନ ଥିବା ସେ ଅଭି୍ୋଗ କରିଥିଲେ।ହାଲ, ନାଲକୋ, ଉପରକୋଲାବ,  ମାଛକୁଣ୍ଡ ଓ ଇନ୍ଦ୍ରାବତୀ ପ୍ରକଳ୍ପ ନିମନ୍ତେ ମୂଳ ନିବାସୀ ଘର ଓ ଚାଷ ଜମି ହରଇଲେ କିନ୍ତୁ ଥଇଥାନ ଓ ନିଯୁକ୍ତିରେ କୈାଣସି ପ୍ରକାର ସୁବିଧା ଦିଆଗଲା ନାହିଁ ବୋଲି ସେ ଆହୁରୀ ଅଭିଯୋଗ କରିଥିଲେ।ଯଦି ନ ହେବ ତେବେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ ଭୋଟ ବର୍ଜନ କରିବୁ ବୋଲି ସେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.