Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ, ୬୯ ଅଭିଯୋଗରୁ ୧ ଅଭିଯୋଗ ତତ୍କାଳ ସାମଧାନ

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ, ୬୯ ଅଭିଯୋଗରୁ ୧ ଅଭିଯୋଗ ତତ୍କାଳ ସାମଧାନ

58

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୬୯ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ ହୋଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ପୁଲିସ ଅଧିକ୍ଷକ ଚରଣସିଂ ମୀନା, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦ୍ରମଣି ବିଶ୍ୱାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଦେବଦତ୍ତ ଦାଶ ପ୍ରମୁଖ ଅଭିଯୋଗୁଡିକର ଶୁଣାଣୀ କରିଥିଲେ। ନେରଡା ପଞ୍ଚାୟତ ଅନ୍ତର୍ଗତ ପୁରିପଡା ହରିଜନସାହି ରାସ୍ତା କାଦୁଅ ହୋଇ ଯାତାୟତ ଅନୁପଯୋଗୀ ହେବା ଓ ଏହାର ନିର୍ମାଣ କରାଯିବା ସମ୍ପର୍କୀୟ ଅଭିଯୋଗ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ହୋଇଥିଲା। ଏହାର ଆଶୁ ସମାଧାନ ପାଇଁ ବ୍ଲକ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ୱାମୀ ପରିବାର କବଳକୁ ଶିଶୁପୁତ୍ରକୁ ଉଦ୍ଧାର କରିବାକୁ ପୁଲିସର ଉଦାସୀନତା ବିରୋଧରେ ଭାଗ୍ୟଶ୍ରୀ ସେଠୀ ଅଭିଯୋଗ କରିଥିଲେ। ନେଉଳିଆ ଠାରେ ରାଜପଥ ଟୋଲଗେଟରେ ସ୍ଥାନୀୟ ଯାନବାହନ ପାଇଁ ସ୍ୱତନ୍ତ୍ର ପାସ ବ୍ୟବସ୍ଥା ଅଭିଯୋଗ ହୋଇଥିଲା। ଅନ୍ୟାନ୍ୟ ଅଭିଯୋଗଗୁଡିକ ମଧ୍ୟରେ ପଡିକାର୍ଡ, ଆବାସଗୃହ, ଭତ୍ତା, କାଳିଆ ଯୋଜନାକୁ ବାଦପଡିବା ଆଦି ପ୍ରସଙ୍ଗରେ ୬୦ଟି ବ୍ୟକ୍ତିଗତ ଅଭିଯୋଗ ଅର୍ନ୍ତଭୁକ୍ତ। ରାସ୍ତାଘାଟ ବିପର୍ଯ୍ୟସ୍ତ, ବିଦ୍ୟୁତ ଯୋଗାଣ ଆଦି ସମସ୍ୟା ସମ୍ପର୍କୀୟ ୯ଟି ଅଭିଯୋଗ ସାମୁହିକ ଥିଲା। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକ, ସହକାରୀ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କାଙ୍କ ସମେତ ବିଭିନ୍ନ ବିଭାଗର ବ୍ଲକସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.