Home ଓଡ଼ିଶା ଜାମ୍ମୁ ଅଶାନ୍ତ: ୩ ଆତଙ୍କବାଦି ନିହତ,ଅପରେସନ ଜାରି

ଜାମ୍ମୁ ଅଶାନ୍ତ: ୩ ଆତଙ୍କବାଦି ନିହତ,ଅପରେସନ ଜାରି

132

ଭୁବନେଶ୍ୱର/ଜାମ୍ମୁ;୧୧,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଜାମ୍ମୁର ସୁଂଜବାଁ ସେନା କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେନା ଏ ଭିତରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି।କ୍ୟାମ୍ପ ଭିତରେ ଏବେ ମଧ୍ୟ ଜଣେ/ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି।୨୮ ଘଣ୍ଟା ପରେ ମଧ୍ୟ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି।ସାରା ଜାମ୍ମୁ ଅଞ୍ଚଳକୁ ରେଡ୍ ଆଲର୍ଟ ଘୋଷଣା କରାଯାଇ ତଲାସୀ ଅଭିଯାନ ଚାଲିଛି।ଅପରେସନ ଜୋରଦାର କରିବା ପାଇଁ ଉଧମପୁର ଏବଂ ସରସାବାରୁ ଏୟାରଫୋର୍ସ କମାଣ୍ଡୋଙ୍କୁ ଡକା ଯାଇଛି।ସୂଚନା ଯୋଗ୍ୟ ଯେ, ଜୈସ ଏ ମହମ୍ମଦର ୬ ଜଣ ଆତଙ୍କବାଦୀ ସେନା ପୋଷାକରେ ଜାମ୍ମୁ ସେନା କ୍ୟାମ୍ପ ଭିତରେ ପ୍ରବେଶ କରି ଆକ୍ରମଣ କରି ଥିଲେ।ଏଥିରେ ଦୁଇ ଜଣ ଯବାନ ସହିଦ ହେବା ସହ ଜଣେ କର୍ନେଲ ଏବଂ ତାଙ୍କ ଝିଅଙ୍କ ସମେତ ୯ଜଣ ଆହତ ହୋଇଛନ୍ତି।୨୦୦୬ରେ ଜୈସ୍ ଏ ମହମ୍ମଦର ଆତଙ୍କି ଏହି ପରି ଏକ ଆକ୍ରମଣ କରିଥିଲେ, ଯେଉଁଥିରେ ୧୨ ଜଣ ଯବାନ ସହିଦ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.