Home ଜିଲ୍ଲା ପରିକ୍ରମା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉଦ୍‌ଘାଟିତ, ଗଡ଼ିଲା ସଚେତନତା ରଥ ଓ ଭ୍ରାମ୍ୟମାଣ ଏଲ୍‌.ଇ.ଡ଼ି....

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉଦ୍‌ଘାଟିତ, ଗଡ଼ିଲା ସଚେତନତା ରଥ ଓ ଭ୍ରାମ୍ୟମାଣ ଏଲ୍‌.ଇ.ଡ଼ି. ଭ୍ୟାନ, କଲେକ୍ଟରେଟ୍ ରୁ ନେହେରୁ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା

11

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ଜିଲ୍ଲାସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ଚଳିତ ବର୍ଷ ପାଇଁ ଶୀର୍ଷକ ରଖାଯାଇଥିବା “ସଡ଼କ ସୁରକ୍ଷା ପରିବାର ରକ୍ଷା” ସମ୍ବନ୍ଧରେ ବାର୍ତ୍ତା ପ୍ରଦାନ କରିଥିଲେ । ପତାକା ପ୍ରଦର୍ଶନ କରି ସଚେତନତା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥ ଓ ଭ୍ରାମ୍ୟାମାଣ ଏଲ୍‌.ଇ.ଡ଼ି. ଭ୍ୟାନ ବୁଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ୍‌.ସି.ସି.ର ଦୁଇ ଅଧିକାରୀ ରବିନାରାୟଣ ପଣ୍ଡା ଏବଂ ତାଙ୍କର ସହଯୋଗୀ, ପୂର୍ତ୍ତବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦୀପକ କୁମାର ପାଢ଼ୀ ଏବଂ କାର୍ଯ୍ୟକ୍ରମର ସଂଯୋଜକ ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଆର୍‌.ଆଇ.ପୋଲିସ ରାକେଶ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଏବଂ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ୍‌.ସି.ସି. ବିଦ୍ୟାର୍ଥୀମାନଙ୍କୁ ନେଇ ସଚେତନତା ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ସେମାନେ ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ଶନିମନ୍ଦିର, ନୂଆ ବସ୍ ଷ୍ଟାଣ୍ଡ ଦେଇ ନେହେରୁ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ଯାଇଥିଲେ । ସଡ଼କ ସୁରକ୍ଷା ଜୀବନ ରକ୍ଷା ପାଇଁ ସଚେତନତା ନେଇ ବିଭିନ୍ନ ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ଼ ଏହି ପଦଯାତ୍ରାରେ ପ୍ରଦର୍ଶନ କରାଯାଇଥିଲା ସଚେତନତା ରଥ ଓ ଭ୍ରାମ୍ୟମାଣ ଏଇ.ଇ.ଡ଼ି. ଭ୍ୟାନ ମଧ୍ୟ ଏହି ପଦଯାତ୍ରା ସହ ପରିକ୍ରମା କରିଥିଲା । ଅଜଣା ଯାନବାହନ ଦ୍ୱାରା ଧକ୍କା ଯୋଗୁଁ ଦୁର୍ଘଟଣା ମାମଲାରେ ଓଡ଼ିଶା ସରକାରଙ୍କ ସୋଲାସିୟସ୍ ଫଣ୍ଡ ଯୋଜନା ଜରିଆରେ ପ୍ରାଣହରାଇଥିବା ବ୍ୟକ୍ତି ପରିବାରକୁ ୨ଲକ୍ଷ ଟଙ୍କା ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ ନେଇ ବିଧି ବ୍ୟବସ୍ଥା ସୂଚନା ଆଦି ସମ୍ବନ୍ଧରେ ରଥ ଦ୍ୱାରା ପ୍ରଚାର କରାଯାଉଛି । ସଡ଼କ ଦୁର୍ଘଟଣା ହେଲେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ଗୁଡ଼ ସମାରିଟାନ୍ ଆଇନ ସମ୍ବନ୍ଧରେ ମଧ୍ୟ ରଥ ଦ୍ୱାରା ପ୍ରଚାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.