Home କୋରାପୁଟ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ତଦନ୍ତ ଅଧିକାରୀଙ୍କ କୋରାପୁଟ ଗସ୍ତ

ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ତଦନ୍ତ ଅଧିକାରୀଙ୍କ କୋରାପୁଟ ଗସ୍ତ

115

କୋରାପୁଟ ; ତା୧୩-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଢେଙ୍କାନାଳର ବିଲଟିକିରି ସେଲଟର ହୋମ ଘଟଣାକୁ ନେଇ ରାଜ୍ୟରେ ଚହଳ ପକାଇଥିବା ବେଳେ କେନ୍ଦ୍ରୀୟ ଦଳ ଆକ୍ସନରେ ଥିବା ଜଣାପଡିଛି ।ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ନିଦେ୍ର୍ଦଶରେ ଜଣେ ତଦନ୍ତ ଅଧିକାରୀ କୋରାପୁଟ ଜିଲ୍ଲା ଗସ୍ତ କରିଥିବା ଜଣାପଡିଛି ।ତଦନ୍ତ ଅଧିକାରୀ ସୁଦୀପ ଚକ୍ରବର୍ତି କୋରାପୁଟରେ ପହଂଚିବାପରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଯାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସଙ୍କ ସହ ଆଲୋଚନା କରିବା ସହ ନଥିପତ୍ର ସଂଗ୍ରହ କରି ସ୍ଥାନୀୟ ମିଶନ କଂପାଉଣ୍ଡରେ ଥିବା ମିଶନାରୀ ଚାରିଟି ସଂସ୍ଥା ପରିଦର୍ଶନ କରି ତଦନ୍ତ କରିଥିବା ଜଣାପଡିଛି । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବି .ଗାୟିତ୍ରୀ ଦେବୀ ମଧ୍ୟ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲାରେ ଅନ୍ୟ ଶିଶୁ ରକ୍ଷାଣବେକ୍ଷଣ ସଂସ୍ଥାକୁ ମଧ୍ୟ ପରିଦର୍ଶନ କରି ତଦନ୍ତ କରିବେ ବୋଲି ଜଣାପଡିଛି ।ଆସନ୍ତାକାଲି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ଉପଦେଷ୍ଟା ଡ. ପ୍ରେରଣା କୋହଲି କୋରାପୁଟ ଜିଲ୍ଲା ଗସ୍ତରେ ଆସୁଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାରେ ରହିଥିବା ଶିଶୁ ରକ୍ଷାଣବେକ୍ଷଣ ସଂସ୍ଥାର ସ୍ଥିତି ଉପରେ ତଦନ୍ତ କରି ଆୟୋଗଙ୍କୁ ତଦନ୍ତ ଅଧିକାରୀ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି । କୋରାପୁଟ ସହରରେ ଥିବା ମିଶନାରୀ ଚାରିଟି ଗସ୍ତ କରିଥିବା ବେଳେ ଅନ୍ୟ ସଂସ୍ଥାକୁ ତଦନ୍ତ ଅଧିକାରୀ ଗସ୍ତ କରିବେ ବୋଲି ଶିଶୁ ମଙ୍ଗଳ ସମିତିର ସଦସ୍ୟ ରମେଶ ଚନ୍ଦ୍ର ରଥ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.