Home କଳାହାଣ୍ଡି ଜଙ୍ଗଲ ବିଭାଗର ଖାମଖିଆଲି ମନୋଭାବ, କଳାହାଣ୍ଡିରେ ମହାନଦୀ ସବୁଜ ମିଶନ ଫେଲ ଅଭିଯୋଗ

ଜଙ୍ଗଲ ବିଭାଗର ଖାମଖିଆଲି ମନୋଭାବ, କଳାହାଣ୍ଡିରେ ମହାନଦୀ ସବୁଜ ମିଶନ ଫେଲ ଅଭିଯୋଗ

639

କଳାହାଣ୍ଡି – ତା.୦୪.୦୩.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)) କଳାହାଣ୍ଡି ଜିଲ୍ଲା ର ଜଙ୍ଗଲ ସଂପଦକୁ ସୁରକ୍ଷା ଦେବା ସହିତ ଏସବୁର ଉନ୍ନତି କରାଯିବା ପାଇଁ କଳାହାଣ୍ଡି ଦକ୍ଷିଣ ଓ ଉତର ବନଖଣ୍ଡ ସମେତ ପ୍ଲାନିଂ ବନଖଣ୍ଡ ମଧ୍ୟ କଳାହାଣ୍ଡିରେ ଅବସ୍ଥାପିତ ଏବଂ ଏସବୁର ମୂଖ୍ୟାଲୟ ଭବାନୀପାଟଣାରେ ଅବସ୍ଥିତ । ଏପରିକି ଆଂଚଳିକ ମୂଖ୍ୟ ବନସଂରକ୍ଷକ କାର୍ଯ୍ୟାଲୟ ମଧ୍ୟ କଳାହାଣ୍ଡିରେ ଅବସ୍ଥାପିତ ହୋଇଛି । ଏସବୁ ସତ୍ୱେ କଳାହାଣ୍ଡିରେ କ୍ରମଶଃ ବନକ୍ଷୟ ହେବାଲୁ ଲାଗିଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ବ୍ୟାପକ ଭାବେ ହେରାଫେରୀ ହେଉଥିବା ଯୋଗୁଁ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରୁନଥିବା ଅଭିଯୋଗ ହେଉଛି । ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି ଏବଂ ପତଳା ଜଙ୍ଗଲରେ ନୂତନ ଗଛ ଲଗାଯାଇ ଘଂଚ ଜଙ୍ଗଲ ସୃଷ୍ଟି କରାଯିବାର ବ୍ୟବସ୍ଥା କରାଯାଇଛି । ହେଲେ ବିଭାଗୀୟ ପଦାଧିକାରୀ ଏବଂ କ୍ଷେତ୍ର କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ଯୋଜନା ଫେଲ ମାରି ଯାଉଥିବା ଅଭିଯୋଗ ହେଉଛି । କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୁନାଗପ ଫରେଷ୍ଟ ରେଂଜ ଅନ୍ତର୍ଗତ ଏନଏଚ- ୨୬ ପାଶ୍ୱର୍ସ୍ଥ ମଥୁରା ନିକଟସ୍ଥ ବିଲକୁଲ ଡଙ୍ଗରୀରେ ଗତ ଦୁଇ ବର୍ଷ ହେବ ବିଭିନ୍ନ ଯୋଜନାରେ ହଜାର ହଜାର ଗଛ ଲଗାଯାଇଥିବା ବେଳେ ସେସବୁ ଆଉ ନାହିଁ । ଏସଂପର୍କରେ ସୂଚନା ମଗାଇଲେ ମଧ୍ୟ କର୍ତୃପକ୍ଷ ସୂଚନା ଦେଉନଥିବା ବେଳେ ବିଭିନ୍ନ ଉପାୟରେ ଏଠାରେ ଗଛ ଲାଗିଥିବାର ପ୍ରଚାର କରାଇ ଚାଲିଥିବା ଜଣାପଡିଛି । ଏପରିକି କାଗଜପତ୍ରରେ ସେଠାରେ ହଜାର ହଜାର ଗଛ ଲଗାଯାଇଥିବା ଦର୍ଶାଇ ବ୍ୟାପକ ହରିଲୁଟ ହୋଇଥିବାର ଅନେକ ଅଭିଯୋଗ ହେଉଛି । ସେହିପରି ଜୁନାଗଡ ରେଂଜ ଅନ୍ତର୍ଗତ ଡାବଝରଣ କାନ୍ଦୁଲ ଡଙ୍ଗରୀରେ ମହାନଦୀ ସବୁଜ ମିଶନ କାର୍ଯ୍ୟକ୍ରମରେ ୬୦ ହଜାର ହେକ୍ଟର ପରିମିତ ଅଂଚଳରେ ୯୬ ହଜାର ଚାରା ଗତ ଅଗଷ୍ଟ୨୦୧୮ ମାସରେ ରୋପଣ କଜରାଯାଇଥିବା ସୂଚନା ଫଲକରେ ଲେଖାଯାଇଥିବା ବେଳେ ବର୍ତମାନ ତନ୍ମଧ୍ୟରୁ ଅଧିକାଂଶ ଗଛ ନଥିବାର ଦେଖାଯାଇଛି । ଯେଉଁ ଚାରା ଅଛି ତାହା ମଧ୍ୟ ମରିପଡିଥିବାର ଦେଖାଯାଉଛି । ଅତି ଅଳ୍ପ ସଂଖ୍ୟକ ଚାରା ରୋପଣ କରାଯାଇ ଛାଡିଦେଇଥିବାର ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ । ଏତଦବ୍ୟତୀତ ଅନେକ ଗଛ ମରିପଡିଥିବାର ଦେଖାଯାଉଥିବା ବେଳେ ଯାହାକିଛି ଗଛ ବଂଚିଛି ସେସବୁ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ଗତ ଦୁଇବର୍ଷ ତଳେ ଥୁଆମୂଲ ରାମପୁର ଫରେଷ୍ଟ ରେଂଜ ଅଧିନରେ ହଜାର ହଜାର ଚାରା ଲଗାନଯ୍ଧବ ଫୋପାଡି ଦିଆଯାଇଥିବାର ଅଭିଯୋଗ ହୋଇଥିଲା । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଚାରା ରୋପଣ କରାଯାଉଥିବାର କାଗଜ ପତ୍ରରେ ଉଲ୍ଲେଖ ଥିବା ବେଳେ ବାସ୍ତ କ୍ଷେତ୍ରରେ ସେସବୁ ଗଛ ନଥିବାର ଅଭିଯୋଗ ହେଉଛି । କଳାହାଣ୍ଡି ଦକ୍ଷିଣ ଓ ଉତର ବନଖଣ୍ଡ ଅଧିନରେ ବିଗତ ପାଂଚ ବର୍ଷ ମଧ୍ୟରେ କେତେ ଚାରା କେଉଁଠି କିପରି ଭାବେ ରୋପଣ କରାଯାଇଛି ଏବଂ ସେସବୁର ବର୍ତମାନ ସ୍ଥିତି କିପରି ଅଛି ସେସବୁ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ କରାଗଲେ ହେରାଫେରୀର ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.