Home କୋରାପୁଟ ଜଙ୍ଗଲ ଅଧିକାର ଓ ପେସା ଆଇନ ସଂପର୍କିତ ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଜଙ୍ଗଲ ଅଧିକାର ଓ ପେସା ଆଇନ ସଂପର୍କିତ ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

159

କୋରାପୁଟ ;୨୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜଙ୍ଗଲ ଅଧିକାର ଓ ପେସା ଆଇନ ସଂପର୍କିତ ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଜିଲ୍ଲାପରିଷଦ ସଭାପତି ପ୍ରଭୁଜାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।ଶିବିରରେ ପରାମର୍ଶଦାତାଭାବେ ଟି .ଏସ.ଚକ୍ରବର୍ତି ଯୋଗଦେଇ ଆଇନ ସଂପର୍କରେ ଆଲୋକପାତ କରିଥିଲେ ।କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୟପୁର ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକାଙ୍କ ସହ ଜିଲ୍ଲାର ବିଡିଓ ଓ ତହସିଲଦାରମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ଗନିକ , ନିରଞନ ସାହୁ , ସ୍ମୁତିଧାରା ମହାନ୍ତି , ଦୀପମାଲା ପ୍ରଧାନ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.