Home ଜିଲ୍ଲା ପରିକ୍ରମା ଜଗନ୍ନାଥ ମନ୍ଦିର ଠାରେ ଶ୍ରୀ ମଭାଗବତ ମହାପୁରାଣ ପ୍ରବଚନ

ଜଗନ୍ନାଥ ମନ୍ଦିର ଠାରେ ଶ୍ରୀ ମଭାଗବତ ମହାପୁରାଣ ପ୍ରବଚନ

164

ମାଲକାନଗିରି,୧୧ା୧୧(ଓଡିଆ ପୁଅ ) ପବିତ୍ର କାର୍ତିକ ପୁର୍ଣ୍ଣିମା ଉପଲକ୍ଷେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ଉନ୍ନୟନ ପରିଚାଳନା କମଟି ଆନୁକୁଲ୍ୟରେ ସପ୍ତାହ ବ୍ୟାପୀ ଶ୍ରୀ ମଭାଗବତ ମହାପୁରାଣ କଥା ଶ୍ରବଣ ଓ ପ୍ରବଚନ ଅନୁଷ୍ଟିତ ହୋଇଯାଇଛି । ସ୍ୱାମୀ ଲକ୍ଷ୍ମାଣାନନ୍ଦ ସରସ୍ୱତୀ ଆଧ୍ୟାତ୍ମିକ ଜନକଲ୍ୟାଣ ସେବା ପରିଷଦ ପକ୍ଷରୁ ହରିଦ୍ୱାର ଉତରପ୍ରଦେଶ ରାଷ୍ଟ୍ରୀୟ କଥାବାଚକ ବାଲସନ୍ୟାସିନୀ ସାଧ୍ୱୀ ଦିବ୍ୟାଗିରିଜୀ ମହାରାଜ ଓ ସ୍ୱାମୀ ଲକ୍ଷ୍ମାଣାନନ୍ଦ ସରସ୍ୱତୀ ଆଧ୍ୟାତ୍ମିକ ଜନକଲ୍ୟାଣ ସେବା ପରିଷଦ ଅଧ୍ୟକ୍ଷ ବ୍ରହ୍ମଚାରୀ ମାଧବ ଚୈତନ୍ୟ ମହାରାଜ ଉପସ୍ଥିତ ରହି ସଂଗୀତ ମୟ ଭାଗବତ କଥା ପ୍ରବଚନ ଦେଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ପ୍ରବଚନ ମଣ୍ଡପରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହି ପ୍ରବଚନ ଶ୍ରବଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.