Home କେନ୍ଦୁଝର ଛେନାପଦି ତାରିଣୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ଛେନାପଦି ତାରିଣୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

19

ହାଟଡ଼ିହି, ୧୯/୧୧/: (ଓଡିଆପୁଅ / ବିକାଶ ବିଶ୍ୱାଳ) ପଞ୍ଚୁକ ପୁର୍ଣ୍ଣିମା ଅବସରରେ ଛେନାପଦି ଛକ ତାରିଣୀ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଆଜି ଭୋର ୫ଟା ୩୦ମିନିଟରେ ମାଙ୍କ ଆଳତୀ ପରେ ପହିଲି ଭୋଗ ଓ ପହିଲିଧୂପ ଲାଗି କରାଯାଇଥିଲା । ପରେ ପହଡ ଖୋଲାଯିବାପରେ ଶହଶହ ଶ୍ରଦ୍ଧାଳୁ ଧାଡିରେ ଯାଇ ମା ତାରିଣୀଙ୍କ ଦର୍ଶନ କରିବା ସହିତ ଭୋଗଲାଗି କରାଇଥିଲେ । ସେହିପରି ମନ୍ଦିର ପରିସରରେ ଥିବା ବିଶେଶ୍ୱର ମହାଦେବ ଓ ଶନି ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.