Home ଓଡ଼ିଶା ଛାତ୍ର ସଂସଦ ନିର୍ବାଚନ: କୋରାପୁଟ ସରକାରୀ କଲେଜରେ ୧୭ ଜଣ ନାମାଙ୍କନ ପତ୍ର ଦାଖଲ...

ଛାତ୍ର ସଂସଦ ନିର୍ବାଚନ: କୋରାପୁଟ ସରକାରୀ କଲେଜରେ ୧୭ ଜଣ ନାମାଙ୍କନ ପତ୍ର ଦାଖଲ କଲେ

139

କୋରାପୁଟ ; ତା୦୩-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ପ୍ରକ୍ରୀୟା ଆରମ୍ଭ ହୋଇଯାଇଥିବା ବେଳେ କୋରାପୁଟ ସରକାରୀ କଲେଜରେ ସମୁଦାୟ ୧୭ ଜଣ ନାମାଜ୍ଞନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ତଥା ବରିଷ୍ଟ ପ୍ରାଧ୍ୟାପକ ଡ . କୈବଲ୍ୟ ବେହେରା ପ୍ରକାଶ କରିଛନ୍ତି।ସଭାପତି ପଦବୀରେ ଆଦିତ୍ୟ ନାରାୟଣ ସାହୁ, ହୃଷିକେଶ ମଣ୍ଡଳ, ମୁକେଶ କୁଲଦୀପ, ନିଲା ମୁଦୁଲି, ଆର. କେ. ବିଷୋୟୀ, ରଣଞିତ କୁମାର ବାକା, ସୁନିଲ ଖୋସଲା ପ୍ରମୁଖ ୭ ଜଣ ନାମାଜ୍ଞନ ପତ୍ର ଦାଖଲ କରିଥିବା ବେଳେ ସଂପାଦକ ପଦବୀ ନିମନ୍ତେ ସହଦେବ ଖରା, ସିମ୍ରନ ଖରା ଓ ତୁମେଶ୍ୱର ନାୟକ ନାମାଜ୍ଞନ ପତ୍ର ଦାଖଲ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି।ଉପସଭାପତି ପଦବୀରେ ଜଣେ କେ.କୁମାର, ବିଜ୍ଞାନ ପରିଷଦ ସଂପାଦକ ପଦବୀରେ ଜଣେ କେଶବ ମାଝି ଓ କ୍ରୀଡା ସଂପାଦକରେ ଅଜିତ ନାୟକ ନାମାଜ୍ଞନପତ୍ର ଦାଖଲ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ।କମନ ରୁମ ସଂପାଦକ ପଦବୀରେ ଅନିରୁଦ୍ଧ ପୂଜାରୀ ଓ କାର୍ତିକ ଶିଶା, ଡ୍ରାମାଟିକ ସଂପାଦକ ପଦବୀରେ ନାରାୟଣ ଚୈାଧୁରୀ ଓ ସ୍ୱାରଜ ନାୟକ ନାମାଜ୍ଞନପତ୍ର ଦାଖଲ କରିଥିଲେ ବୋଲି ସେ ସୂଚନା ଦେଇଥିଲେ।ଆସନ୍ତାକାଲି ୨ ଘ.ରୁ ୪ ଘ. ପର୍ଯ୍ୟନ୍ତ ନାମାଜ୍ଞନପତ୍ର ପ୍ରତ୍ୟାହାର ଥିବା ବେଳେ ଅପାରହ୍ନ ୫ ଘ.ରେ ଚୁଡାନ୍ତ ପ୍ରାର୍ଥ ତାଲିକା ଘୋଷନା କରାଯିବ ବୋଲି ସେ ପ୍ରକାଶ କରିଥିଲେ। ୧୧ ତାରିଖ ସକାଳ ୮ ଘ.ରୁ ଅପାରହ୍ନ ୨ ଘ. ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।ଉକ୍ତ ଦିନ ଭୋଟଗଣତି ପରେ ଫଳ ପ୍ରକାଶ ପାଇବ ବୋଲି ସେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.