Home ଜିଲ୍ଲା ପରିକ୍ରମା ଛତିଶଗଡ ସୀମାନ୍ତ ବଣ୍ଡିକି ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଛତିଶଗଡ ସୀମାନ୍ତ ବଣ୍ଡିକି ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

176

ମାଲକାନଗିରି,୧୩ ।୨ (ଓଡିଆ ପୁଅ ) କୋରକୁଣ୍ଡା ବ୍ଲକସ୍ଥ ତଣ୍ଡିକି ପଚାଂୟତ ଛତିଶଗଡ ସୀମାନ୍ତ ଦୁର୍ଗମ ପାହଡ ତଳେ ଥିବା ଆଦିବାସୀ ବଣ୍ଡିକି ଗ୍ରାମ ର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ପର୍ଯ୍ୟାୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରକ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କମିଟି ସଭାପତି ଦେବାକବାସି,ଶିକ୍ଷକ ଅସିମକୁମାର ବିଶ୍ୱାଳ,ସରତ କୁମାର ସାହୁ,ଜୟସେନ ଉଦୁଲିଆ,ଅନ୍ୟତମ ଅତିଥି ଭାବେ ଭିମା ପଡିଆମି,ଇର୍ମା କବାସୀ ଯୋଗଦେଇ ଥିଲେ । ବିଜ୍ଞାନ ଯେତେ ଆଗେଇଛି,ଅତ୍ୟାଧୁନିକ ଯୁଗରେ ଛାତ୍ର ଛାତ୍ରୀ ମାନେ ନିଜ ପରମ୍ପରା,ଭାଷା ସଂସ୍କୃତି,ଗୁରୁଜନଙ୍କୁ ଭକ୍ତି କରିବା ଧିରେ ଧିରେ ଭୁଲିଗଲେଣି,ଏବେବି ଗୁରୁକୁଳ ଆଶ୍ରମ ଶିକ୍ଷାର ଆବଶ୍ୟକତା ରହିଛି,କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ଉତମଶିକ୍ଷାଦାନ ଦିଆ ଯାଇ ଆଦିବାସୀ ଅଧ୍ୟିଷିତ ଅଚଂଳରେ ଶିକ୍ଷାର ଅଗ୍ରଗତି କରିବାସହିତ ନିରକ୍ଷର ଗ୍ରାମବାସି ମାନଙ୍କ ମନରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରକରିବା ଦରକାର ବୋଲି ମଚାଂସିନ ମୁଖ୍ୟଅତିଥି ଶ୍ରୀ ଦାଶ କିହଥିଲେ । ପ୍ରଥମେ ବିଦ୍ୟାଳୟର ଆଦିବାସୀ ଛାତ୍ରୀ ଓ ଛାତ୍ର ସୁନ୍ଦରଭାବେ ସ୍ୱାଗତ ସଂଗୀତ ସହ ଦେଶାତ୍ମକ ବୋଧ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ ୬୩ଜଣ ଛାଚ୍ର ଛାତ୍ରୀ ଙ୍କୁ ମୁଖ୍ୟଅତିଥି  ଓ ଅନ୍ୟତମ ଅତିଥି ମାନେ ବିଦ୍ୟାଳୟ ପୋଷାକ ଓ ଜୋତା ବିତରଣକରିଥିଲେ । ଛତିଶଗଡ ସୀମାନ୍ତ ବଣ୍ଡିକି ଆଦିବାସୀ ଗ୍ରାମରେ ଗତ ୧୯୬୨ ମସିହାରୁ ଏହି ବିଦ୍ୟାଳୟଟି ପ୍ରତିଷ୍ଟା ହୋଇ ବଣ୍ଡିକି, ନୁଆବଣ୍ଡିକି,ତଙ୍ଗଗୁଡା, ଧାଙ୍ଗଡାବାଟା, ୪ଟି ଗ୍ରାମର ପିଲାମାନେ ଅଧ୍ୟୟନକରୁଛନ୍ତି । ଏହି ବିଦ୍ୟାଳୟରେ ପାଚେରୀ, କ୍ରୀଡାପଡିଆ,ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ଅଧିକ ଶ୍ରେଣୀଗୃହର ନଥିବାରୁ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ବହୁତ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ,ତେଣୁ ଏହାର ଅବଶ୍ୟକତା ରହିଛି ବୋଲି  ବିଦ୍ୟାଳୟ କମିଟିର ସଭାପତି ଓ ଗ୍ରାମବାସୀ ମାନେ ଏହି ଅବସରରେ ଦାବିକରିଥିଲେ । ଅନୁଷ୍ଟିତ ଉତ୍ସବରେ ବିଦ୍ୟାଳୟର ସମସ୍ଥ ଛାତ୍ର ଛାତ୍ରୀ ଓ ପରିଚାଳନାକମିଟି ର ସଭ୍ୟ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.