Home ଅପରାଧ ଛଟପଟ ହୋଇ ଚାଲିଗଲା ଯୁବତୀଙ୍କ ଜୀବନ: ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ସନ୍ଦେହ

ଛଟପଟ ହୋଇ ଚାଲିଗଲା ଯୁବତୀଙ୍କ ଜୀବନ: ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ସନ୍ଦେହ

615

ଭୁବନେଶ୍ୱର;୨୩,ଅକ୍ଟୋବର:ଓଡ଼ିଶାରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଘଟଣା ବଢ଼ିଚାଲିଛି।ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁଯାୟୀ ଦେଶରେ ଓଡ଼ିଶା କେତେବେଳେ ଏଥିରେ ୫ମ ସ୍ଥାନରେ ରହୁଛି ତ’ କେତେବେଳେ ୨ୟ ସ୍ଥାନରେ ରହୁଛି।ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଆନ୍ଦୋଳନ,ମହିଳା ସୁରକ୍ଷା ଯାତ୍ରା,କୋକେଇ ଯାତ୍ରା ଆଦି କରୁଛନ୍ତି।କିନ୍ତୁ କିଛି ପରିବର୍ତ୍ତନ ହେଉନି।ବାରମ୍ବାର ସେହି ଘଟଣା ଘଟି ଚାଲୁଛି।ଇତିଶ୍ରୀ,କୁନ୍ଦୁଲି,ସାଲେପୁର,କୋଣାର୍କ ପରି ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଛି।ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି।ମହିଳା କମିଶନ ହଜି ଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର/କାଶୀପୁର ପାହାଡ଼ ଜଙ୍ଗଲ ନିକଟ ପଥର ଖଣି ପାଖରୁ ଅତ୍ୟନ୍ତ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବତୀ ଉଦ୍ଧାର ହୋଇଥିଲେ।ତାଙ୍କ ଶରୀର ସାରା ଗୁରୁତ୍ୱର ଆଘାତ ଲାଗିଥିଲା।କଷ୍ଟରେ ସେ ଛଟପଟ ହେଉଥିଲେ।ସ୍ଥାନୀୟ ଲୋକ ଜାଣିବା ପରେ ପୁଲିସ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।କିନ୍ତୁ,ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କଲେ।ଛଟପଟ ହୋଇ ଜୀବନ ଛାଡ଼ି ଯାଇଥିଲା ଯୁବତୀ ଜଣଙ୍କର।ଯୁବତୀଙ୍କର ପରିଚୟ ମିଳିପାରି ନାହିଁ।କେହି ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ କରିଛି,ଏବଂ ସେ ମରି ଯାଇଥିବା ଭାବି ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.