Home କୋରାପୁଟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ; କୋରାପୁଟ ଉପଖଣ୍ଡର ୩ ଗୋଟି ନିର୍ବାଚନମଣ୍ଡଳୀରେ ୫ ଲକ୍ଷ...

ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ; କୋରାପୁଟ ଉପଖଣ୍ଡର ୩ ଗୋଟି ନିର୍ବାଚନମଣ୍ଡଳୀରେ ୫ ଲକ୍ଷ ୪୨ ହଜାର ୭୬୨ ଭୋଟର

714

କୋରାପୁଟ ;ତା୨୧-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।କୋରାପୁଟ ଉପଖଣ୍ଡର କୋରାପୁଟ, ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୫ ଲକ୍ଷ ୪୨ ହଜାର ୭୬୨ ଜଣ ଭୋଟର ଥିବା ଜଣାପଡିଛି।ଲକ୍ଷ୍ମିପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୬୮ ହଜାର ୫୧୩ ଜଣ ଭୋଟର ରହିଥିବା ବେଳେ ପୁରୁଷ ୭୯ ହଜାର ୭୬୫, ମହିଳା ୮୮ ହଜାର ୭୪୪ ଓ ଅନ୍ୟାନ୍ୟ ୪ ଜଣ ଭୋଟର ରହିଥିବା ଜଣାପଡିଛି।ସେହିପରି କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୮୬ ହଜାର ୧ ଜଣ ଭୋଟର ରହିଥିବା ବେଳେ ପୁରୁଷ ୯୧ ହଜାର ୨୨୭, ମହିଳା ୯୪ ହଜାର ୭୬୪ ଓ ଅନ୍ୟାନ୍ୟ ୧୦ ଜଣ ଭୋଟର ରହିଥିବା ଜଣାପଡିଛି।ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୮୮ ହଜାର ୨୪୮ ଜଣ ଭୋଟର ରହିଥିବା ବେଳେ ପୁରୁଷ ୯୦ ହଜାର ୯୪୧, ମହିଳା୯୭ ହଜାର ୩୦୨ ଓ ଅନ୍ୟାନ୍ୟ ୫ ଜଣ ଭୋଟର ରହିଥିବା ଜଣାପଡିଛି।ମହିଳା ଭୋଟର ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.