Home ଆନ୍ତର୍ଜାତୀୟ ଚୀନ ଭାଷାର ଦାସତ୍ୱ ଗ୍ରହଣ କଲା ପାକିସ୍ଥାନ 

ଚୀନ ଭାଷାର ଦାସତ୍ୱ ଗ୍ରହଣ କଲା ପାକିସ୍ଥାନ 

132

ଭୁବନେଶ୍ୱର;୨୧, ୦୨, ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ପାକିସ୍ଥାନ କେବଳ ଭାରତ ବିରୋଧି ମାନସିକତା ପାଇଁ ଚୀନ ଆଗରେ ଦାସତ୍ୱ ଗ୍ରହଣ କରୁଛି।ଚୀନ ଯାଇ ପାକିସ୍ଥାନ ସୀମା ଭିତରେ ରାସ୍ତା କାମ ତଥା ବିଭିର୍ଣ୍ଣ ନିର୍ମାଣ ଆଦି କାମ କରୁଥିବା ପୂର୍ବରୁ ଜାଣିବାକୁ ମିଳିଥିଲା।ଏବେ ଚୀନ ପ୍ରତି ନିଜର ଅତ୍ୟନ୍ତ ଚାଟୁକାରୀ ଦେଖାଇବାକୁ ଯାଇ ପାକିସ୍ଥାନ ଚୀନ ଭାଷାକୁ ନିଜର ସରକାରୀ ଭାଷା ହିସାବରେ ଗ୍ରହଣ କରିଛି।ପାକିସ୍ଥାନ ବ୍ୟବହାର କରୁଥିବା ସରକାରୀ ଭାଷାରେ ମାଣ୍ଡାରିନ(ଚୀନୀ) ଭାଷାକୁ ପାକିସ୍ଥାନର ସରକାରୀ ଭାଷା ଭାବେ ମାନ୍ୟତା ପାଇଁ ପାକିସ୍ଥାନ ସିନେଟ ଏବେ ଅନୁମୋଦନ କରିଛି।

ପାକିସ୍ତାନର ଲୋକ ମାନଙ୍କର ମାତୃଭାଷା ଗୁଡିକ ହେଲା ପଂଜାବୀ, ବଲୋଚି, ପୋସ୍ଥୋ ଓ ସିନ୍ଧି। ତେବେ ପାକିସ୍ତାନ ନିଜର ମାତୃଭାଷା ଗୁଡିକୁ ସରକାରୀ ଭାଷାର ମାନ୍ୟତା ନ ଦେଇ ଉର୍ଦୁ ଓ ଇଂରାଜୀକୁ ସରକାରୀ ଭାଷାର ମାନ୍ୟତା ଦେଇ ଥିଲା।ଏବେ ମାଣ୍ଡାରିନ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଲା।ଏହାକୁ ଦେଖିଲେ ଚୀନର ଦାସତ୍ୱ ଆଡକୁ ପାକିସ୍ଥାନ ଆଉ ଗୋଟିଏ ପାଦ ଅଗ୍ରସର ହେଲା ପରି ଜଣାପଡୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.