Home ଜିଲ୍ଲା ପରିକ୍ରମା ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଭାଜପା ଦଳରୁ ପଦୁ ମାଝୀ ହେଲେ ପ୍ରାର୍ଥୀ

ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଭାଜପା ଦଳରୁ ପଦୁ ମାଝୀ ହେଲେ ପ୍ରାର୍ଥୀ

349

ମାଲକାନଗିରି, ୨୩ା୩ (ଓଡିଆ ପୁଅ) ୧୪୭ ନମ୍ବର ଚିତ୍ରକୋଣ୍ଡା ବିଧାନସଭା ଆସନପାଇଁ ଭାଜପା ଦଳରୁ ପଦୁ ମାଝୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭାଜପା ଦଳରୁ ୫ଜଣ ଆଶାୟୀ ପ୍ରର୍ଥୀ ଥିବାବେଳେ ବହୁକଳ୍ପନା ଜଳ୍ପନା ପରେ ଶୁକ୍ରବାର ରାତ୍ରରେ ଶେଷରେ ଚିତ୍ରକୋଣ୍ଡା ଅଚଂଳର ଯୁବ ଭାଜପା କର୍ମୀ ପଦୁମାଝୀଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ରାଜ୍ୟ ଭଜପା ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି। ଦୀର୍ଘବର୍ଷ ପରେ ଚିତ୍ରକୋଣ୍ଡା ଅଚଂଳରୁ ଜଣେ ଯୁବକଙ୍କ ନାମ ବିଧାୟକ ପ୍ରାର୍ଥୀଭାବେ ଘୋଷଣା ହୋଇଥିବାରୁ ଚିତ୍ରକୋଣ୍ଡା ଅଚଂଳର ଭାଜପା କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି। ପଦୁ ମାଝୀ ଆସନ୍ତା ସୋମବାର ଦିନ ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ନାମାଙ୍କନ ପତ୍ରଦାଖଲ କରିବେ ବୋଲି ଜଣାପଡିଛି। ନାମାଙ୍କନ ପତ୍ର ଦାଖଲର ଶେଷଦିନ ସୋମବାର ହୋଇଥିବାରୁ ସେହି ଦିନ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ବିଜେଡି ଦଳରୁ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାଜପା ଦଳରୁ ଆଦିତ୍ୟମାଢି, ବିଜେଡି ଦଳରୁ ମୁକୁନ୍ଦ ସୋଡି ଙ୍କ ସହିତ ଚିତ୍ରକୋଣ୍ଡା ଓ ମାଲକାନଗିରି ଆସନପାଇଁ ଅନ୍ୟକିଛି ସ୍ୱାଧୀନ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୁର୍ବରୁ କଂଗ୍ରେସ ଦଳର ମାଲକାନଗିରି ବିଧାନସଭା ଆସନରୁ ମାଲା ମାଢି ଓ ଚିତ୍ରକୋଣ୍ଡା ଆସନରୁ ଲକ୍ଷ୍ମୀପ୍ରୀୟା ନାୟକ ନିଜ ନିଜର ନାମଙ୍କନପତ୍ର ଦାଖଲ କରିସାରିଛନ୍ତି, ଚିତ୍ରକୋଣ୍ଡା ଓ ମାଲକାନଗିରି ଦୁଇଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳିରେ ତ୍ରୀମୁଖୀ ପ୍ରତିଦୋନ୍ଦିତା ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.