Home ଜିଲ୍ଲା ପରିକ୍ରମା ଘରପୋଡି ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଭଦ୍ରକ ସୁରକ୍ଷା ସେନା

ଘରପୋଡି ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଭଦ୍ରକ ସୁରକ୍ଷା ସେନା

18

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ସର୍ବସ୍ୱାନ୍ତ ହୋଇଯାଇଥିବା ଭଦ୍ରକ ପୌରପାଳିକା ୩୦ ନଂ ୱାର୍ଡ ଉତ୍ତରବାହିନୀ ଲେଙ୍କାସାହି ଗ୍ରାମର ରାଜେନ୍ଦ୍ର ଲେଙ୍କାଙ୍କ ପରିବାରକୁ ଭଦ୍ରକ ସୁରକ୍ଷା ସେନା ପକ୍ଷରୁ ସହାୟତା ଯୋଗାଇ ଦିଆ ଯାଇଛି । ଗତକାଲି ରାତିରେ ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ ଘଟି ଶ୍ରୀ ଲେଙ୍କାଙ୍କର ୫ ବଖରା ଘର ସମେତ ସମସ୍ତ ଆସବାବପତ୍ର, ଘରକରଣା ଜିନିଷ, ଲୁଗାପଟା ଆଦି ପୋଡି ପାଉଁଶ ହୋଇ ଯାଇଥିଲା । ଆଜି ଭଦ୍ରକ ସୁରକ୍ଷା ସେନା ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ, ଲୁଗାପଟା, ବାସନ କୁସନ ପ୍ରଦାନ କରିଛନ୍ତି । ସେନା ପକ୍ଷରୁ ସର୍ବେଶ୍ୱର ମହାପାତ୍ର, ବିନୟ ବଳ, ଅଶୋକ ଦାସ, କଟିଆ ପଲେଇ ପ୍ରମୁଖ ଶ୍ରୀ ଲେଙ୍କାଙ୍କ ଘରକୁ ଯାଇ ଜିନିଷପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.