Home ଓଡ଼ିଶା ଘଟଗାଁରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

ଘଟଗାଁରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

115

ଘଟଗାଁ,୨୫/୦୨(ଓଡିଆପୁଅ/ଭବାନୀ ପ୍ରସାଦ)-ରାଜ୍ୟରେ ବେକାରୀ ସମସ୍ୟା ଏକ ଦୁଖଦ ବାସ୍ତବ ଚିତ୍ର ଏବଂ ଏହି ଚିତ୍ରକୁ ପରିବର୍ତନ କରି ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସରେ ଘଟଗାଁରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳା ମାଧ୍ୟମରେ ଶିକ୍ଷିତ ଓ ଅର୍ଧଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ଦକ୍ଷାତା ଅନୁଯାୟୀ ନିଯୁକ୍ତି ସୁଯୋଗ ଦିଆଯାଇ ଅନେକାଶଂ ବେକାରୀ ସମସ୍ୟା ଦୂରକରାଯିବା ଯୋଜନାକୁ ସଫଳ ରୁପାୟନ କରାଯାଉଛି । ୨ ଦିନ ଧରି ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ପ୍ରଥମ ଦିନରେ ଘଟଗାଁ କଲେଜ ପରିସରରେ ଜିଲ୍ଲାର ୫ଟି ବ୍ଲକର ବେକାର ଯୁବକ ଯୁବତି ମାନଙ୍କୁ ନିଯୁକ୍ତି ଦେବାପାଇଁ ଏହି ମେଳା ଆୟୋଜିତ ହୋଇଛି । ୨୫ରୁ ଉର୍ଦ୍ଧ ସଂସ୍ଥା ଏହି ମେଳାରେ ଯୋଗ ଦେଇଛନ୍ତି । ବିଭିନ୍ନ ବ୍ଲକରୁ ଆସିଥିବା ୧୮ରୁ ୩୫ ବର୍ଷ ମଧ୍ୟରେ ୪୦୦ଶହରୁ ଉର୍ଦ୍ଧ ଯୁବକ ଯବତୀ ଏହି ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିଥିବା ବେଳେ ତାଲିମ ପ୍ରାପ୍ତ ଯୁବପୀଢିଙ୍କୁ ଦକ୍ଷତା ଅନୁଯାୟୀ ବିଭିନ୍ନ ସଂସ୍ଥାରେ ନିୟୋଜିତ କରାଯାଇଛି ।ଏଥି ସହିତ ଅଣକୁଶଳି ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ମାଗଣାରେ ତାଲିମ ଦିଆଯାଇ ଭବିଶ୍ୟତରେ ରୋଜଗାରର ସୁଯୋଗ ରହିଛି । ଯାହାକି ଅଂଶଗ୍ରହଣ କରିଥିବା ଯୁବପୀଢିଙ୍କ ମଧ୍ୟରେ ଏକ ନୁତନ ଆଶା ଜାଗ୍ରତ କରିବାରେ ସହାୟକ ହୋଇଛି । ସରକାରଙ୍କ ମହତ ଆଶାକୁ ପୁରଣ କରିବା ପାଇଁ ଆୟୋଜିତ ଏହି ନିଯୁକ୍ତି ମେଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଉଦଘାଟନ କରି ନିଯୁକ୍ତି ମାଧ୍ୟମରେ ନିଜେ ରୋଜଗାର କରି ଆତ୍ମନିର୍ଭରଶୀଳ ହେବା ସହ ବିକଶିତ ଦେଶ ଗଠନ ପାଇଁ ଯୁବପୀଢିଙ୍କୁ ଆହ୍ୱାନ ଦେଇଛନ୍ତି । ତେବେ ଏହି ଯୋଜନାକୁ ଅଧିକ ସଫଳ କରିବା ପାଇଁ ପ୍ରତି ମାସରେ ୩ଥର ନିଯୁକ୍ତି ମେଳା କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର କହିଛନ୍ତି । ନିକଟରେ ମାଗଣା ଶିକ୍ଷା ପାଇ ଦକ୍ଷତା ହାସଲ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରେ ରୋଜଗାର ସୁଯୋଗ ଯୁବପୀଢିଙ୍କ ମଧ୍ୟରେ ଏକ ଉସôାହ ସୃଷ୍ଟି କରିଥିବା ସହ ଏହି ପ୍ରକାର ନିଯୁକ୍ତି ମେଳା ମାଧ୍ୟମରେ ବେକାରୀ ସମସ୍ୟା ଦୁର ହୋଇପାରିବ ବୋଲି ଆଶାକରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.