Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଗୋଳବାଇରେ ଦଶଦୋଳ ମେଳଣ

ଗୋଳବାଇରେ ଦଶଦୋଳ ମେଳଣ

148

ଭୁବନେଶ୍ୱର;୧୨,୦୩,୨୦୧୮(ଦେବଦତ୍ତ ରଥ): ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗ୍ରାମ ଇଷ୍ଟଦେବୀ ମା’ଭଗବତୀଙ୍କ
ଦଶଦୋଳ ଯାତ୍ରା ମହାଆଡମ୍ବରର ସହ ଆରମ୍ଭ ହୋଇଯାଇଛି।
ହୋଇଛି।ରବିବାର ରାତିରେ ଏକ ବିରାଟ ପଟୁଆରରେ ଭକ୍ତଙ୍କ ଗହଣରେ ମା’ଭଗବତୀ ମନ୍ଦିର ମଧ୍ୟରୁ ଆସି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।ଏହା ସହ ପାଖ ଗ୍ରାମ ଗୁଡିକରୁ ନିମନ୍ତ୍ରଣ କ୍ରମେ ଆସିଥିବା
ପ୍ରାୟ ପଚାଶ ବିମାନାରୂଢ ଦେବଦେବୀଙ୍କୁ ଶଙ୍ଖୋଳିବା ସହ ନିଜ ପଟୁଆରରେ ସାମିଲ କରାଇ ଶେଷରେ ସେମାନଙ୍କୁ ବନ୍ଧୁ ଆସ୍ଥାନରେ
ଅଧିଷ୍ଠିତ କରାଇ ସ୍ବୟଂନିଜର ମହାମଣ୍ଡପରେ ଉପବେସନ କରିଥିଲେ ଭଗବତୀ।
ଦଶଦୋଳ ମେଳଣ ଯାତ୍ରା ମଧ୍ୟରେ ଗୋଳବାଇର ଏହି ଯାତ୍ରାଟି ଖୋର୍ଦ୍ଧା ଜିଲ୍ଲାରେ ଏକ ପ୍ରମୁଖ ଯାତ୍ରା ଭାବରେ ଗଣାଯାଏ।ତିନିଦିନ ବ୍ୟାପୀ ଦେବଦେବୀଙ୍କ ଉପସ୍ଥିତି ମଧ୍ୟରେ ଦିନ ରାତି ହଜାର ହଜାର ଦର୍ଶକମାନଙ୍କ ମିଳନ ଏହି ପର୍ବକୁ ବହୁ ଆକର୍ଷଣମୟ କରିଥାଏ। ବିଭିନ୍ନ ଦୋକାନ ବଜାରର ପସରା ଆବାଳ ବୃଦ୍ଧ ବନୀତାଙ୍କୁ ଜନଗହଳ ମଧ୍ୟରେ ଭରପୁର୍ ଆନନ୍ଦ ଦେଇଥାଏ।ସବୁବର୍ଷ ପରି ଏ ବର୍ଷ ମଧ୍ୟ ଦର୍ଶକମାନଙ୍କ ରାତ୍ର ମନୋରଞ୍ଜନ ନିମିତ ଲୋକପ୍ରିୟ ଯାତ୍ରା ଦଳ ଇଷ୍ଟର୍ଣ୍ଣ ଅପେରା ତିନି ରାତି ଧରି ତାର କଳା ପ୍ରଦର୍ଶନ କରିବ ବୋଲି ଯାତ୍ରା କମିଟି ପକ୍ଷରୁ ଜଣାପଡ଼ିଛି।ଏପରି ଏକ ବହୁ ପ୍ରତିକ୍ଷିତ ଦୋଳପର୍ବକୁ ଶୃଙ୍ଖଳାର ସହ ସଂପାଦନ କରିବା ପାଇଁ “ମା’ ଭଗବତୀ ଦୋଳଯାତ୍ରା କମିଟି” ପ୍ରାୟ ୫୦ ବର୍ଷ ଧରି କାର୍ଯ୍ୟ କରିଆସୁଛିା କମିଟିର ସଭାପତି ଭିକାରୀ ସାମନ୍ତରାୟ
ଦୀର୍ଘ ୮ବର୍ଷ ଧରି ଏହାର ଦାୟିତ୍ବ ବହନ କରି ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.