Home କୋରାପୁଟ ଗୋଲଡେନ ଜୁବୁଲି କମିଟି ଓ ଜିଲାପାଳଙ୍କ ଆଲୋଚନା

ଗୋଲଡେନ ଜୁବୁଲି କମିଟି ଓ ଜିଲାପାଳଙ୍କ ଆଲୋଚନା

152

କୋରାପୁଟ; ତା୨୨-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆସନ୍ତା ଡିସେମ୍ବର ମାସ ୨୯ ତାରିଖରେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଗୋଲଡେନ ଜୁବୁଲି ପାଳନ ହେବାକୁ ଥିବାବେଳେ ଗୋଲଡେନ ଜୁବୁଲି କମିଟି ଆୟୋଜନ ସଦସ୍ୟ ମାନେ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା,କମିଟି ଅଧ୍ୟକ୍ଷ ଅଯୋଧ୍ୟା ନାଥ ସାମଲ,ସଦସ୍ୟ ମନୋରଂଜନ ରାଉତରାୟ,ଅଶୋକ ପାତ୍ର,ଲଲାଟେନ୍ଦୁ ପାଣି,ସି.ଏଚ୍.ସାନ୍ତାକାର ଓ ଅନ୍ୟ ସଦସ୍ୟମାନେ ଜିଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କୋରାପୁଟ ସରକାରୀ କଲେଜ ବଦଳରେ ନାମ ପରିବର୍ତନ କରି ପୂର୍ବଭଳି ଡିଏଭି ମହାବିଦ୍ୟାଳୟ ରଖିବାକୁ କମିଟି ଜିଲାପାଳଙ୍କୁ ଅନୁରୋଧ କରିଥିବାବେଳେ ସେ ଗଭର୍ଣ୍ଣିଂବଡିରେ ଆଲୋଚନା କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ଜିଲାପାଳ ପ୍ରତିଶୃତି ଦେଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.