Home ଅପରାଧ ଗୋଧ୍ରା ଟ୍ରେନ ପୋଡ଼ିକୁ ୧୬ ବର୍ଷ ପୁରିଲା ଜୀବନ୍ତ ଜଳି ଯାଇଥିଲେ ୫୯ ଯାତ୍ରୀ

ଗୋଧ୍ରା ଟ୍ରେନ ପୋଡ଼ିକୁ ୧୬ ବର୍ଷ ପୁରିଲା ଜୀବନ୍ତ ଜଳି ଯାଇଥିଲେ ୫୯ ଯାତ୍ରୀ

99

ଭୁବନେଶ୍ୱର;୨୭,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆଜିର ଦିନରେ ୨୦୦୨ ମସିହା ଫେବୃୟାରୀ ୨୭ ତାରିଖରେ ଘଟିଥିଲା ଗୋଧ୍ରା ଟ୍ରେନ ପୋଡ଼ି ଘଟଣା।ଗୁଜରାଟର ଏକ ରେଳ ଷ୍ଟେସନ ଗୋଧ୍ରା ନିକଟରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ।ସାବରମତି ଏକ୍ସପ୍ରେସର ଏସ-୬ ବଗିରେ ଅଗ୍ନିକାଣ୍ଡ ଘଟି ୫୯ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।ମୃତକଙ୍କ ମଧ୍ୟରେ ୨୪ ଜଣ ପୁରୁଷ ୧୫ ଜଣ ମହିଳାଙ୍କ ସମେତ ୨୦ ଜଣ ଶିଶୁ ଥିଲେ।ଏହି ବଗିରେ କାରସେବକ ମାନେ ଯାତ୍ରା କରୁଥିଲେ। ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି ସ୍ଥଳରୁ କାରସେବା ସାରି ନେଇ ଫେରୁଥିଲେ।ଏହି କାଣ୍ଡ ପରେ ଗୁଜୁରାଟରେ ହିନ୍ଦୁ ମୁସଲିମ ସଂପ୍ରଦାୟ ମଧ୍ୟରେ ଭୟଙ୍କର ଦଙ୍ଗା ଉପୁଜିଥିଲା।

ଏହାର ତଦନ୍ତ ପାଇଁ ଗୁଜରାଟ ସରକାର ନାନାବତୀ/ଶାହ ଖଣ୍ଡପୀଠ ଗଠନ କରିଥିଲେ।ଏହି କମିଶନ ତଦନ୍ତର ସମୂର୍ଣ୍ଣ ରିପୋର୍ଟ ଦାଖଲ କରିବା ପାଇଁ ଦୀର୍ଘ ୬ ବର୍ଷ ସମୟ ନେଇଥିଲେ।ସେ ଦର୍ଶାଇଥିଲେ ଯେ,ଏହି ଅଗ୍ନିକାଣ୍ଡ ପ୍ରାୟ ୧୦୦୦ରୁ ୨୦୦୦ ଆତଙ୍କ ସୃଷ୍ଟିକାରୀଙ୍କ ଦ୍ୱାରା ଘଟାଯାଇଥିଲା ।କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ଏକ ଖଣ୍ଡପୀଠ ଗଠିତ ହୋଇଥିଲା ଯାହା ପରେ ଅଣସମ୍ବିଧାନିକ ଦର୍ଶାଇ ହଟାଇ ଦିଆଯାଇଥିଲା।ପରବର୍ତ୍ତୀ ଖଣ୍ଡପୀଠ ଦର୍ଶାଇ ଥିଲେ ଯେ ଅଗ୍ନିକାଣ୍ଡ ସ୍ୱାଭାବିକ ଦୁର୍ଘଟଣା ଥିଲା।ପରେ ନ୍ୟାୟାଳୟ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ୩୧ ଜଣ ଅଭିଯୁକ୍ତଙ୍କୁ ଏହି ଅପରାଧ ଘଟାଇଥିବା ଦୋଷରେ ଦୋଷୀ ସାବ୍ୟସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.