Home ଓଡ଼ିଶା ଗଞ୍ଜାମ:ରିଲିଫ ପାଇଁ ବାହାରିଲା ନୌସେନା ବିମାନ

ଗଞ୍ଜାମ:ରିଲିଫ ପାଇଁ ବାହାରିଲା ନୌସେନା ବିମାନ

147

ଆସିକା ଏବଂ ପୁରୁଷୋତ୍ତମପୁର ଅଞ୍ଚଳରେ ନୌସେନା ବିମାନ ଦ୍ୱାରା କରାଯିବ ଏୟାରଡ୍ରପ
ବ୍ରହ୍ମପୁର;୧୩,ଅକ୍ଟୋବର:ଗଞ୍ଜାମ ଜିଲ୍ଲା ଆସିକା ଏବଂ ପୁରୁଷୋତ୍ତମପୁର ଅଞ୍ଚଳରେ ବନ୍ୟାଜଳର ବନ୍ଦୀ ଭିତରେ ରହିଥିବା ଲୋକଙ୍କୁ ରିଲିଫ ପ୍ରଦାନ କରିବା ପାଇଁ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ୨ଟି ନୌସେନା ବିମାନ ଉଡାଣ ଆରମ୍ଭ କରିଦେଇଛନ୍ତି।ଆସିକା ଏବଂ ପୁରୁଷୋତ୍ତମପୁର ଅଞ୍ଚଳର ୧୯ଟି ସ୍ଥାନରେ ଏୟାରଡ୍ରପ କରାଯାଇ ରିଲିଫ ପ୍ରଦାନ କରାଯିବ।ସନ୍ଧ୍ୟା ସୁଧା ସମସ୍ତଙ୍କୁ ରିଲିଫ ପହଞ୍ଚାଇବା ଯୋଜନା କରାଯାଇଥିବା ଜଣାପଡ଼ିଛି।ପ୍ରଥମ ସ୍ତରରେ ୨ଦିନ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ପରେ ରନ୍ଧନ ଖାଦ୍ୟ ବ୍ୟବସ୍ଥା କରାଯିବ।ସୂଚନାଯୋଗ୍ୟ ଯେ ଋଷିକୂଲ୍ୟା,ବଡ଼ନଦୀରେ ପ୍ରବଳ ବନ୍ୟା ଫଳରେ ଆସିକା, ପୁରୁଷୋତ୍ତମପୁର ଅଞ୍ଚଳର ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।ବନ୍ୟା ଜଳର ପ୍ରଖର ସ୍ରୋତ କାରଣରୁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ ଆଦି ରିଲିଫ ପହଞ୍ଚାଇବାରେ ବିଫଳ ହେବା ପରେ ନୌସେନା ବିମାନର ସହଯୋଗ ଲୋଡ଼ା ଯାଇଥିଲା।ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରପ ନିକଟରେ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ରହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି।/ଦେବଦତ୍ତ

https://www.facebook.com/odiapuanews/videos/277517276222923/

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.