Home ଓଡ଼ିଶା ଗଜପତି ଜିଲ୍ଲାର ବାତ୍ୟାଜନିତ କ୍ଷୟକ୍ଷତି ଭୟାବହ:ବିଜୟ ମହାପାତ୍ର

ଗଜପତି ଜିଲ୍ଲାର ବାତ୍ୟାଜନିତ କ୍ଷୟକ୍ଷତି ଭୟାବହ:ବିଜୟ ମହାପାତ୍ର

923

●ପ୍ରଶାସନର ତତ୍ପରତା ନାହିଁ                            ●ସରକାରଙ୍କ ଆନ୍ତରିକତା ନାହିଁ 

ଭୁବନେଶ୍ୱର;୨୮,ଅକ୍ଟୋବର:ବିଜେପିରେ ଥାଇ ବିଜେପିଠାରୁ ଦୂରେଇ ରହୁଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଯାଇ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ।ଏହା ଭିତରେ ସେ ଚନ୍ଦ୍ରଗିରିଠାରୁ ଆରମ୍ଭ କରି ନୂଆଗଡ଼,ରାୟଗଡ଼ ଓ ଆର୍ ଉଦୟଗିରି ବ୍ଲକର ବହୁ ଅଞ୍ଚଳ ପରିଦର୍ଶନ କରିଥିଲେ।

ଖଜିରିପଡା ପଞ୍ଚାୟତର ରାଗେଈଝୁଲିଠାରେ ଗ୍ରାମ ଉପରେ ପାହାଡ଼ ଧସି ଗ୍ରାମର କିଭଳି କ୍ଷୟକ୍ଷତି ହୋଇଛି,ଏହା ହୃଦୟ ବିଦାରକ ବୋଲି ବିଜୟ କହିଛନ୍ତି। ଏହି ସମୟରେ ଗ୍ରାମରେ ରହୁଥିବା ୨୧ଟି ଆଦିବାସୀ ପରିବାର ବହୁତ ଦୁର୍ଦ୍ଦିନରେ ଥିବା ଏବଂ ସେମାନଙ୍କୁ ସ୍ଥାନାନ୍ତରଣ ପାଇଁ ସରକାରଙ୍କ ପାଖରେ ଦାବି ଜଣାଇବା କଥା କହିଥିଲେ।

ସୁନ୍ଦରଡାଙ୍ଗ,କିରମ,ଅନୁଗୁରୁ,ସମ୍ବଲପୁର,ପରିମଳ,ଉଦୟପୁର,ଗୁଲୁବା ଆଦି ପଞ୍ଚାୟତର ପ୍ରତିନିଧିମାନେ ନିଜ ଅଞ୍ଚଳର ଅସୁବିଧା,ରିଲିଫ ସାମଗ୍ରୀ ନମିଳିବା,ଗମନାଗମନର ଅସୁବିଧା ଇତ୍ୟାଦି ବିଷୟରେ ଅଭିଯୋଗ କରିଥିଲେ।ସେହିପରି ରାୟଗଡ଼ ବ୍ଲକର ଅବସ୍ଥା ସବୁଠୁ ବେଶି ଭୟାବହ ବୋଲି ବହୁଲୋକ ଅଭିଯୋଗ କରିଥିଲେ।ଗମନାଗମନର ଅସୁବିଧା ଯୋଗୁଁ ଅନ୍ନଗାଁ ପଞ୍ଚାୟତ,ଟାଙ୍ଗିଲୀ ପଞ୍ଚାୟତ,ଟାବରସିଂ ପଞ୍ଚାୟତରେ ଏ ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ପହଞ୍ଚି ପାରୁନାହିଁ ବୋଲି ସେଠିକାର ଲୋକମାନେ ଅଭିଯୋଗ କରିଥିଲେ ବୋଲି ବିଜୟ କହିଛନ୍ତି।ଗଜପତି ଜିଲ୍ଲାର ଏହି ଗସ୍ତ ଭିତରେ ବାତ୍ୟା ପ୍ରିପିଡ଼ିତଙ୍କ ପୁନରୁଦ୍ଧାର ପାଇଁ ପ୍ରଶାସନର ତତ୍ପରତା ନାହିଁ କି ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.