Home କେନ୍ଦୁଝର ଗଛରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ଥ ଜଣେ ମୃତ,୨ଗୁରୁତର

ଗଛରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ଥ ଜଣେ ମୃତ,୨ଗୁରୁତର

83

ଘଟଗାଁ,୧୮/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣ ରାସ୍ତା କଡରେ ଏକ ଗଛରେ ବାଇକ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ହେଲେ ସୁକିନ୍ଦା ଅଂଚଳ ବାଲିପଡା ଗ୍ରାମର ମହାଦେବ ମାରାଣ୍ଡି ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ତାଙ୍କର ପତ୍ନୀ ଓ ପୁତୁରା ଗୁରୁତର ଅବସ୍ଥାରେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଇଁ ଭର୍ତି ହୋଇଛନ୍ତି । କରଞିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୁତୁରାକୁ ଶିଦ୍ଧବିଞାନ ପରିକ୍ଷାରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଉଥିବା ବେଳେ ବାଟରେ ମହାଦେବଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.