Home କୋରାପୁଟ ଖଳାରେ ଜଳିଗଲା ଧାନ ଗଦା

ଖଳାରେ ଜଳିଗଲା ଧାନ ଗଦା

663

କୋରାପୁଟ ;ତା୦୨-୦୧-୧୯(ଓଡିଆପୁଅ/ରଂଜନହ କୁମାର ଦାସ) ସେମିଲିଗୁଡା ବ୍ଲକ ଆଲିଗାଁରେ ବୁଧବାର ସକାଳେ ନିଆ ଲାଗି ଖଳାରେ କଟା ଯାଇ ରଖା ଯାଇଥିବା ୮ଏକର ଜମିର ଧାନ ଜଲି ଯାଇଛି । ସୂଚନା ଅନୁଯାୟୀ,ଆଲିଗାଁ ଗ୍ରାମର ବନ୍ଧୁ ଯାନୀ,ରାମଚନ୍ଦ୍ ଯାନୀ,ଧନିଆ ଯାନୀ,ଜଗବନ୍ଧୁ ଯାନୀ, ଲକ୍ଷ୍ମୀ ଯାନୀ,ଗୋବ୍ରୁ ଯାନୀ,ଧନ ଯାନୀ ଏବଂ ଘସିରାମ ଜୟପୁରିଆ ନିଜ ଜମିରୁ ଧାନ କାଟି ଖଳାରେ ରଖିଥିଲେ । ଆଜି ସକାଳେ ଅଚାନକ ନିଆ ଲାଗି ସବୁ ପୋଡି ଯାଇଛି । ସୂଚନା ପାଇ ସେମିଲିଗୁଡା ଅଗ୍ନୀଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ପହଂଚି ନିଆ ଲିଭାଇ ଥିଲେ । ରାତିରେ ଧାନ ଗଦା ଜଗିବା ଲୋକ ଶୀତ ଦାଉରୁ ରକ୍ଷା ପାଇବାକୁ ଲଗାଇଥିବା ନିଆ ଯୋଗୁଁ ଏପରି ଘଟଣା ଘଟିଥିବା ସନେ୍ଦହ କରା ଯାଉଛି । କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.