Home ଓଡ଼ିଶା କୋଲାବିରା ବ୍ଲକରେ ଧାନ ସଂଗ୍ରହ ଯୋର ସୋରରେ

କୋଲାବିରା ବ୍ଲକରେ ଧାନ ସଂଗ୍ରହ ଯୋର ସୋରରେ

217

କୋଲାବିରା, ୯।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ୫ଟି ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ ଚାଲିଛିଚକେତେକ ସ୍ଥାନରେ ଧାନ ସଂଗ୬ ଅଭିଯାନରେ ମାନ୍ଦା ଅବସ୍ଥା ପରିଲକ୍ଷିତ ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହିକ୍ରମରେ କୋଲାବିରା ସେବାସମବାୟ ସମିତିରେ ୪୫ଜଣ ଚାଷିଙ୍କ ଟାରୁ ୧୮୫୩ କ୍ୱିଂଟାଲ, ପରମାଣପୁର ସେବା ସମବାୟ ସମିତିରେ ୯୧ ଜଣ ଚାଷୀଙ୍କ ନିକଟରୁ ୩୬୩୭ କ୍ୱିଂଟାଲ, ସମାସିଂହା ସବାସମବାୟ ସମିତିରେ ୧୬୬ ଜଣ ଚାଷୀଙ୍କ ଠାରୁ ୮୧୫୭ କ୍ୱିଂଟାଲ, ଏବଂ ଝିଲ୍ଲାପାଲି ସେବାସମବାୟ ସମିତି ଓ ତାର ଉପକେନ୍ଦ୍ର ଲୁଡୁଙ୍କ ଠାରେ ୧୪୬ ଜଣ ଚାଷୀଙ୍କ ଠାରୁ ୨୬୭୪ କ୍ୱିଂଟାଲ ଧାନ କ୍ରୟ କରାଯାଇଥିବା ସୂଚନା ମିଳିଛି। ତେବେ କ୍ୱିଂଟାଲପ୍ରତି ହେଉଥିବା ଅଢେଇ କିଲୋଗ୍ରାମ କଟନିକୁ ଚାଷୀ ନା ପସନ୍ତ କରୁଛନ୍ତି। ଧାନ ଯଦି ଏଫକ୍ୟୁ ମାନର ନହୁଏ ତେବେ ଭଳ ଧାନ ବାହାରି ଥାଏ ତେବେ କ୍ୱିଂଟାଲ ପ୍ରତି୨.୫ କିଲୋଗ୍ରାମ କଟନୀ ହେବ ବୋଳି ଘୋଷଣା କରାଯାଇଛି। ସେହିପରି ଧାନର ମାନ ଅତ୍ୟନ୍ତ ଖରାପ ଥିଲେ ଚାଷୀ ଓ ମିଲର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା କରାଯାଇ ଧାନ କଟନୀର ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଇଛି। ଚାଷୀଙ୍କ ଧାନ କେବଳ ସୋସାଇଟିରେ ଓଜନ ହେବ ଓ ବିନା ଓଜନରେ ଚାଷୀଙ୍କ ଧାନ ମିଲକୁ ଯିବନାହିଁ ବୋଳି ଚାଷୀ ପ୍ରତିନିଧି ଓ ଅଧିକାରୀ ସହମତି ଜଣାଇଛନ୍ତି। ଚଳିତ ବର୍ଷ ଗୋଟିଏ ପଟେ ବର୍ଷାଭାବ ଯୋଗୁଁ ଜିଲ୍ଲାରେ ଚାଷ ଉଜୁଡି ଯାଇଛି ଓ ମରୁଡି ହୋଇଥିବା ସରକାରୀ ଭାବେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଫଳରେ ସରକାର ଏହି ଜିଲ୍ଲାକୁ ମରୁଡି ଷୋଷଣା କରିଥିଲେ। ଏପଟେ ଚାଷୀଙ୍କୁ ଏକର ପିଛା ୧୩ କ୍ୱିଂଟାଲ ଧାନ ବିକ୍ରି କରିବାକୁ ନିୟମ ପ୍ରଣୟନ କରାଯାଇଛି। ଯଦି ଏକର ପିଛା ଚାଷୀ ୧୩ କ୍ୱିଂଟାଲ ଧାନ ବିକ୍ରୟ କରେ ତେବେ ଜିଲ୍ଲାରେ ମରୁଡି ଘୋଷଣା ମିଥ୍ୟା ପ୍ରମାଣିତ ହେବ ବୋଲି ଚାଷୀ ମାନଙ୍କର ଧାରଣା ସୃଷ୍ଟି ହୋଇଛି। ଏଥିପାଇଁ ଚାଷୀମାନେ ଏକର ପିଛା ୧୩ କ୍ୱିଂଟାଲ ପ୍ରତିବଦଳରେ ୫କ୍ୱିଂଟାଲ କରିବାକୁ ଦାବି କରିଛନ୍ତି। ଧାନର ସର୍ବନିମ୍ନ ମୁଲ୍ୟ ୧୭୫୦ ଟଙ୍କା ଓ ଗ୍ରେଡ ଏ କିସମର ଧାନର ମୁଲ୍ୟ ୧୭୭୦ ଟଙ୍କା ସରକାରୀ ଭାବରେ ଧାର୍ଯ୍ୟ କରାଯାଇଛି। ତେଣେ ଧାନକିଣାରେ ବିଲମ୍ବ ଯୋଗୁଁ ଚାଷୀ ଦଲାଲଙ୍କ ହାତରେ କମ୍ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.