Home ଜିଲ୍ଲା ପରିକ୍ରମା କୋରାପୁଟ ସାହିତ୍ୟ ଏକାଡେମୀ ସଦସ୍ୟଙ୍କ ବିୟୋଗରେ ମାଲକାନଗିରି ରେ ଶୋକସଭା

କୋରାପୁଟ ସାହିତ୍ୟ ଏକାଡେମୀ ସଦସ୍ୟଙ୍କ ବିୟୋଗରେ ମାଲକାନଗିରି ରେ ଶୋକସଭା

244

ମାଲକାନଗିରି, ୭।୧ (ଓଡିଆ ପୁଅ ) ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ ତଥା ସାହିତ୍ୟ ଏକାଡେମୀର କୋରାପୁଟଜିଲ୍ଲା ସଦସ୍ୟ ଉଦୟଚନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗରେ ମାଲାକନଗିରି ଲେଖକ, ସାହିତ୍ୟିକ ଓ ଶିକ୍ଷକ ମହଲରେ ଶୋକର ଛାୟା ଖେଲି ଯାଇଛି। ଆଜି ସକାଳେ ମାଲକାନଗିରି ଜିଲ୍ଲାଶିକ୍ଷକ ସଂଘ ସଭାଗୃହରେ ମାଲକାନଗିରି ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶୋକସଭାରେ ଜିଲ୍ଲାଶିକ୍ଷକ ସଂଘର ଉପଦେଷ୍ଟା ସାହିତ୍ୟିକ ନାରାୟଣ ଚନ୍ଦ୍ର ଭୋଳ, ସଂଘର ସଭାପତି ରଜିଂତନାୟକ(ରଣି), ଗଣେଶ ଜେନା, ରାମପ୍ରସାଦ ପାଡି, ଅମୃତଲାଲା ସରକାର, ଅଜୟସ୍ୱାଇଁ, ଗୌରଶ୍ୟାମ ମହାନ୍ତି, ଗଣେଶମଜୁମଦାର, ତାରକ ମଣ୍ଡଳ, ମନୋରଜଂନ ସେଠୀ, ଜୟଦେବ ରାଉଳ, ଚିତରଂନ ସରକାର, ସରୋଜଦୋରା, ମନୋରଂଜନବେହେରା, ରଜିଂତ ମାଲି, ପ୍ରସାନ୍ତବେହେରା, ଶାନ୍ତନୁପରିଡା, ବିଜୟଦାସ, ଶରତମଲିକ, ଶିମାଚଂଳ ଭୁୟାଂ, ସପନବାଲା, ଶ୍ରୀକାନ୍ତ ପ୍ରଧାନ, ପ୍ରଶାନ୍ତ ସମନ୍ତରାୟ, ଖଗେଶ୍ୱର ରାଉତ, କବି ମଲିକ, ସୁର୍ଯ୍ୟଚୌଧୁରୀ, ମାଲା ସୁବାରାଓ, ବସନ୍ତପାଢି, ମହିରି ସରକାର, ପ୍ରମୁକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ବିଭିନ୍ନ ଅଚଂଳର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରି ତାଙ୍କର ସ୍ମୃତିଚାରଣ କରିଛନ୍ତି। ସ୍ୱର୍ଗତ ମିଶ୍ରଙ୍କ କର୍ମଭୂମୀ ମାଲକାନଗିରି ଥିଲା, ସେ ଏହି ଜିଲ୍ଲାରେ ଜିଲ୍ଲାଶିକ୍ଷାଅଧିକାରୀ ଭାବେ ଯୋଗଦେଇ ଅବସରନେଇ ଥିଲେ, ତାଙ୍କର ସାହିତ୍ୟ କ୍ଷେତ୍ରରେ ଅଗାଢ ପାଣ୍ଡିତ୍ୟ ଥିଲା, ସେ ଅନେକ ପୁସ୍ତକ ରଚନାକରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲା ଜଣେ ସୁସାହିତ୍ୟିକ, କବି ଲେଖକ ଙ୍କୁ ହରାଇଲା ବୋଲି ଉପସ୍ଥିତ ସାହିତ୍ୟିକ, କବି, ଲେଖକ ଓ ଶିକ୍ଷକ ମାନେ ମତଉପସ୍ଥାପନ କରି ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଶେଷରେ ଶିକ୍ଷକ ସଂଘର ସଭାପତି ରଜିଂତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.