Home ଓଡ଼ିଶା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନରେ ଏମସିଆଇ ; ରୋଗୀ...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନରେ ଏମସିଆଇ ; ରୋଗୀ ତଳେ ଶୋଇ ଚିକିତ୍ସିତ

101

କୋରାପୁଟ ; ତା୧୭-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦସ) ଆସନ୍ତାକାଲି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନରେ ଏକ ୩ ଜଣିଆ ଏମସିଆଇ(ମେଡିକାଲ କାଉନସିଲ ଅଫ ଇଣ୍ଡିଆ)ଦଳ କଲେଜ ଓ ହସପିଟାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।୩ ୟ ବର୍ଷ କଲେଜରେ ପାଠପଢା ନିମନ୍ତେ ଏମସିଆଇ ପରିଦର୍ଶନ କରୁଥିବା ଜଣାପଡିଛି।ଏମସିଆଇର ରିପୋର୍ଟ ଦେବା ପରେ ହିଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମୋଦନ ଦେଇଥାନ୍ତି।କୋରାପୁଟ ହସପିଟାଲରେ ଷ୍ଟାଫ ନର୍ସ ଅଭାବ ରହିଥିବା ଯୋଗୁଁ ଅନେକ ଅସୁବିଧା ହେଉଥିବା ଜଣାପଡିଛି।ଏମସିଆଇ ଗାଇଡଲାଇନ ଅନୁସାରେ ଯେତିକି ଷ୍ଟାଫ ନର୍ସ ଦରକାର ତାହା ଏ ପର୍ଯ୍ୟନ୍ତ ନିଯୁକ୍ତି କରି ନ ଥିବା ବେଳେ ସଦର ମହକୁମା ଡାକ୍ତରଖାନାର ଷ୍ଟାଫ ନର୍ସକୁ ଦେଖାଉଥିବା ଜଣାପଡିଛି।ହସପିଟାଲରେ ପରିଷ୍କାର ପରିଛନ୍ନତା ପୂରାପୂରି ଠପ ହୋଇ ଯାଇଥିବା ଅଭିଯୋଗ ହେଉଛି।ଏମସିଆଇ ଆସିବା ପୂର୍ବରୁ ହସପିଟାଲର ୨ ୟ ମହଳାରେ ନୂତନ ଓାର୍ଡ ନିର୍ମାଣ ଶେଷ ହୋଇ କର୍ତୂପକ୍ଷଙ୍କୁ ପିଡବ୍ଲୁଡି ବିଭାଗ ହସ୍ତାନ୍ତର କରିବା ପରେ ସେଠାରେ ମହିଳା ଓ ପୁରୁଷ ରୋଗୀ ନିମନ୍ତେ ଭେଷଜ ଓାର୍ଡ ଖୋଲାଯାଇଥିଲା।ଖୋଲିବାର ଗୋଟିଏ ଦିନ ପରେ ପୁରୁଷ ଓାର୍ଡକୁ ବନ୍ଦ କରି ଦିଆଯାଇଥିବା ଜଣାପଡିଛି। ମହିଳା ଓାର୍ଡରେ ରୋଗୀ ତଳେ ରହି ଚିକିତ୍ସିତ ହେଉଥିବା ନଜର କରାଯାଇଥିଲା।କର୍ତୂପକ୍ଷଙ୍କ ଏ କି ପ୍ରକାର ପ୍ରଶାସନିକ ବ୍ୟବସ୍ଥା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ? କାରଣ ଓାର୍ଡ ଥିବା ସତ୍ୱେ ରୋଗୀମାନଙ୍କୁ ତଳେ ରହି ଚିକିତ୍ସିତ ହେବାକୁ ପଡୁଛି।କୋରାପୁଟ ହସପିଟାଲରେ ରୋଗ ନିରୂପଣ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବା ସତ୍ୱେ ଓାର୍ଡରୁ ରୋଗୀଙ୍କ ରକ୍ତ ବାହାରକୁ ପରୀକ୍ଷା ହେବାକୁ ଯାଉଥିବା ଅଭିଯୋଗ ହୋଇଥିବା ବେଳେ କର୍ତୂପକ୍ଷ ଏ ସଂପର୍କରେ ଜାଣିସୁଦ୍ଧା ନିରବ ରହିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।ଏ ସବୁ ଅବ୍ୟବସ୍ଥା ରହିଥିବା ବେଳେ ଏମସିଆଇ ଦଳ ପରିଦର୍ଶନ କରି କେତେ ମାର୍କ ଦେବେ ଓ ଏହା କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.