Home ଓଡ଼ିଶା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ବ୍ୟବସ୍ଥାକୁ ସଜାଡିବାକୁ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ବ୍ୟବସ୍ଥାକୁ ସଜାଡିବାକୁ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଅଛି ତ!

289

କୋରାପୁଟ ୨୨-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଅବ୍ୟବସ୍ଥା ମଧ୍ୟରେ ରହିଥିବା ବେଳେ ବ୍ୟବସ୍ଥାକୁ ସଜାଡିବାକୁ କର୍ତୂପକ୍ଷଙ୍କ ଦାୟିତ୍ୱ ଅଛି ତ! ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।ସର୍ଜରୀ ଓାର୍ଡରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓ ଶଯ୍ୟା ନ ଥିବାରୁ ରୋଗୀମାନେ ସର୍ଜରୀ ବାରଣ୍ଡାରେ ରହିଥିବା ନଜର କରାଯାଇଥିଲା।ସର୍ଜରୀ ଓାର୍ଡ ନିକଟରେ ଥିବା ଟିବି ଓାର୍ଡରେ ୩ ଜଣ ରୋଗୀ ରହିଥିବା ବେଳେ ବାକି ଶଯ୍ୟାଗୁଡିକ ଖାଲି ପଡିଥିବା ବେଳେ ରୋଗୀମାନଙ୍କୁ କାହିଁକି ତଳେ ରକାଯାଇଛି ତାହା ସାଧାରଣରେ ପ୍ରଶ୍ନ ଉଠୁଛି।ପଞିକରଣ ଓ ନିରାମୟ କେନ୍ଦ୍ର ପାଖାପାଖି ରହିଥିବାରୁ ଅନେକ ଅସୁବିଧା ହେଉଥିବା ନଜର କରାଯାଇଛି।ଆଜି ପଞିକରଣ କେନ୍ଦ୍ରରେ ପ୍ରବଳ ଭିଡ ଲାଗିରହିଥିବା ବେଳେ ଧାଡିଟି ନିରାମୟ କେନ୍ଦ୍ର ପର୍ଯ୍ୟନ୍ତ ଲାଗିରହିଥିବାରୁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା ଗୁରୁତର ରୋଗୀଙ୍କୁ ହସପିଟାଲକୁ ଷ୍ଟେଚର ଆଣିବା ନାକେଦମ ହୋଇପଡୁଥିବା ନଜର କରାଯାଇଥିଲା। ହସପିଟାଲ ସମ୍ମୁଖରେ ସ୍ତାନ ଥିବା ସତ୍ୱେ ସେଠାରେ କାହିଁକି ପଞିକରଣ କେନ୍ଦ୍ର ନିର୍ମାଣ କରୁନାହାନ୍ତି ତାହା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି।କୋରାପୁଟ ସଦର ମହକୁମାର ଡାକ୍ତରଖାନାର ଅଧିକ୍ଷକ ଓ କଲେଜ ଅଧିକ୍ଷକ ରହୁଥିବାରୁ ଦାୟିତ୍ୱରେ ସମନ୍ନୟ ରହୁ ନ ଥିବା ଅଭିଯୋଗ ହେଉଥିଲା କିନ୍ତୁ ସମସ୍ତ ଦାୟିତ୍ୱ ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ବୁଝୁଥିଲେ।ଏବେ ସଦର ମହକୁମା ଡାକ୍ତରଖାନା ଜୟପୁରକୁ ସ୍ଥାନାନ୍ତରିତ ହୋଇଯାଇଥିବାରୁ ସଦର ମହକୁମା ଡାକ୍ତରକାନାର ଅଧିକ୍ଷକ ତାଙ୍କର ଚେୟାର ଟେବୁଲ ନେଇ ଜୟପୁର ଗଲେଣି।କଲେଜ ଅଧିକ୍ଷକ ଏବେ ଏହି ସବୁ ସମସ୍ୟାର ସମାଧାନ କରିପାରିବେ ତ ! ବୋଲି ସାଧାରଣରେ ଆଲୋଚନା ହେଉଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.