Home ଓଡ଼ିଶା କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବ୍ୟବସ୍ଥା ; ପୂର୍ବାହ୍ନ ୧୨...

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବ୍ୟବସ୍ଥା ; ପୂର୍ବାହ୍ନ ୧୨ ଘ.ପର୍ଯ୍ୟନ୍ତ ଆଇସିୟୁରେ ଡାକ୍ତର ପରିଦର୍ଶନ କରି ନ ଥିବା ଅଭିଯୋଗ

119

କୋରାପୁଟ ; ତା୦୫-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଅନେକ ଅବ୍ୟବସ୍ଥା ରେ ଗତି କରୁଥିବା ଜଣାପଡିଛି।ଠିକ ସମୟରେ ବାହ୍ୟବିଭାଗ ଖୋଲୁ ନ ଥିବା ଅଭିଯୋଗ ହେଉଥିବା ବେଳେ ଆଜି ଏକ ଗୁରୁତର ଅଭିଯୋଗ ଆସିଛି।ଆଇସିୟୁରେ ଗୁରୁତର ରୋଗୀ ରହି ଚିକିତ୍ସିତ ହୁଏନ୍ତି।ଆଜି ୧୨ ଘ.ପର୍ଯ୍ୟନ୍ତ ଆଇସିୟୁକୁ କୈାଣସି ହେଲେ ବି ଡାକ୍ତର ପରିଦର୍ଶନ କରି ନ ଥିଲେ ରୋଗୀ ସଂପର୍କିୟ ଅଭିଯୋଗ କରିବା ପରେ କିଛି ସାମ୍ବାଦିକ ଓ ସାମାଜିକ କର୍ମି ହସପିଟାଲ ଯାଇଥିଲେ।କଲେଜ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ପଡିଥିବା ବେଳେ ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଥିଲା କିନ୍ତୁ ଅଧିକ୍ଷକ ଅନୁପସ୍ଥିତ ଥିଲେ।ଆଇସିୟୁରେ କାର୍ଯ୍ୟରତ ନର୍ସଙ୍କୁ କେଉଁ ଡାକ୍ତର ଆସିବେ ବୋଲି ପଚାରିବାରୁ ସେ ଜାଣି ନ ଥିବା ପ୍ରକାଶ କରିଥିଲେ।ଏହି ଖବର ପ୍ରଚାର ହେବା ପରେ ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା କଲେଜର ମ୍ୟାନେଜରଙ୍କୁ ସମସ୍ୟା କଣ ହେଉଛି ଓ ସମାଧାନ ତୁରନ୍ତ କର ବୋଲି ନିର୍ଦ୍ଦେଶ ଦେଇଥିଲେ।ଆଇସିୟୁ ପାଇଁ ଥିବା ଡାକ୍ତର ଛୁଟିରେ ଥିବା ମ୍ୟାନେଜର ପ୍ରକାଶ କରିଥିଲେ ଓ ତୁରନ୍ତ ଅନ୍ୟ ଡାକ୍ତରଙ୍କୁ ଆଇସିୟୁକୁ ପଠାଇବାକୁ ଡା. ବେହେରା ନିର୍ଦ୍ଦେଶ ଦେଇଥିଲେ।ଏହା ପରେ ଜଣେ ଭେଷଜ ବିଶେଷଜ୍ଞ ଡାକ୍ତର ଆଇସିୟୁକୁ ଯାଇ ରୋଗୀ ଦେଖିଥିବା ଜଣାପଡିଛି।ଆଇସିୟୁରେ ଥିବା ଡାକ୍ତରଛୁଟିରେ ଥିବା କଣ କଲେଜ ଅଧିକ୍ଷକ ଜାଣି ନ ଥିଲେ କି! ବୋଲିସାଧାରଣରେ ଆଲୋଚ୍ୟର ବିଷୟ ହୋଇ ପଡିଛି।ରୋଗୀ ପରିଦର୍ଶନରେ କଣ ପାଇଁ ଡାକ୍ତର ବିଳମ୍ବ କଲେ ତାହାର ତଦନ୍ତ ଜିଲ୍ଲାପାଳ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.