Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ପାଇପ ଲାଇନ ଯୋଗେ ଅକ୍ସିଜେନ...

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ପାଇପ ଲାଇନ ଯୋଗେ ଅକ୍ସିଜେନ ଯୋଗାଣର ଶୁଭାରମ୍ଭ

32

କୋରାପୁଟ  ୧୩-୦୫(ଓଡିଆ ପୁଅ/ ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ମେଡିକାଲ ଗ୍ୟାସ ପାଇପ ଲାଇନ ପଦ୍ଧତି ଓ ବହୁଗୁଣ ଗୃହ ନିର୍ମାଣ କରିବାକୁ ହରିୟାଣାର ଏମଡିଡି କଂପାନୀକୁ  ୨୦୧୯ ମସିହାରେ ୪ କୋଟି ଟଙ୍କା ବିନିମୟରେ କାର୍ଯ୍ୟ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା ।କରୋନା ମହାମାରୀ ଯୋଗୁଁ କାର୍ଯ୍ୟରେ ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି ।ଆଜି ହସପିଟାଲ କର୍ତୂପକ୍ଷଙ୍କୁ କଂପାନୀ ହସ୍ତାନ୍ତର କରିଥିବା ବେଳେ ପାଇପ ଲାଇନ ଯୋଗେ ହସପିଟାଲର ବିଭିନ୍ନ ଓାର୍ଡକୁ ଅକ୍ସିଜେନ ଯୋଗାଣ  କରାଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଉକ୍ତ ଗୃହକୁ ଯାଇ ପରିଦର୍ଶନ କରିବା ସହ କଂପାନୀ ଓ ହସପିଟାଲ କର୍ତୂପକ୍ଷ ସହ ଯନ୍ତ୍ରାଂଶ ଓ ସୁପରିଚାଳନା ସଂପର୍କରେ ଆଲୋଚନା କରିଥିଲେ ବୋଲି ଜଣାପଡିଛି ।ହସପିଟାଲର ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ,ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳେଇ , ହସପିଟାଲର ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ ,କୋରାପୁଟ କୋଭିଡ ହସପିଟାଲର ଏଏମଓ ଡାକ୍ତର ଶିବାଶିଷ ପାତ୍ର ,ହସପିଟାଲ ମେଡିସିନ ଷ୍ଟୋର ଅଧିକାରୀ ଡାକ୍ତର ସତ୍ୟଜିତ ସାମଲ ,ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ଓ ଅଭିରାମ ସାହୁ , କଂପାନୀର ପ୍ରକଳ୍ପ ଅଧିକାରୀ ଦିଲିପ ମାଝି  ଓ କଂପାନୀ କର୍ମଚାରୀ ଶଙ୍କର ଗରଡା ,ରାଧାମୋହନ ପଟନାୟକ ,ବି.ପଣ୍ଡା ,ବି.ହାଜରା ଓ ବିଜୟ ହାଜରା, ହସପିଟାଲର ଫର୍ମାସିଷ୍ଟ ଶେଖର ଚନ୍ଦ୍ର ନାୟକ , ଅକ୍ସିଜେନ ଟେକ୍ନିକାଲ ସୁପରଭାଇଜର ମିର ମୁସ୍ତାକିମ ଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ହସପିଟାଲରେ ୩୨୦ ଟି ଅକ୍ସିଜେନ ସିଲିଣ୍ଡର ରହିଥିବା ବେଳେ ୬୦ ଟି ନାଇଟ୍ରୋଜେନ ସିଲିଣ୍ଡର ରହିଥିବା ଜଣାପଡିଛି ।ଜୟପୁର , ରାୟଗଡା ଓ ଜୁନାଗଡରୁ ଅକ୍ସିଜେନ ସିଲିଣ୍ଡର ପୂରଣ କରି ଅଣାଯାଉଥିବା ଜଣାପଡିଛି ।ହସପିଟାଲ  ଆୟସିୟୁ ଓ ଓାର୍ଡରେ ରୋଗୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର ପରିବହନ କରି ସେବା ଯୋଗାଇ ଦିଆଯାଉଥିଲା ଯାହାଦ୍ୱାରା ଲଗେଇବା ଓ ପରିବହନ ଦ୍ୱାରା ଅକ୍ସିଜେନ କ୍ଷତି ହେଉଥିଲା ।କିନ୍ତୁ ବର୍ତମାନ ପଦ୍ଧତିରେ ଅକ୍ସିଜେନ ପାଇପ ଯୋଗେ ଯୋଗାଣ  ହେବା ଦ୍ୱାରା  କ୍ଷତି ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.