Home କୋରାପୁଟ କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

209

କୋରାପୁଟ ୨୦-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବାରୁ ଲୋକେ ହନ୍ତସନ୍ତରେ ଯିବା ଆସିବା କରୁଥିବା ଅଭିଯୋଗ ହେଉଛି।ପୋଷ୍ଟ ଅଫିସ ରୋଡ ଓ ମେନ ରୋଡରେ ପୂର୍ବାହ୍ନରେ ଟ୍ରାଫିକ ସଂପୂର୍ଣ୍ଣ ଢିଲା ହୋଇଯାଇଥିବା ନଜର କରାଯାଇଛି।ପୋଷ୍ଟ ଅଫିସ ଆଗରେ ୨ ଚକିଆ ଗାଡି ରଖିବାର ବ୍ୟବସ୍ଥା ନ ଥିବାରୁ ପୋଷ୍ଠ ଯାଉଥିବା ଲୋକମାନେ ୨ ଚକିଆ ଗାଡି ରଖୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଛି।ସେହିପରି ପୋଷ୍ଟଅଫିସ ସମ୍ମୁଖରେ ଏସବିଆଇର ଶାଖା ମଧ୍ୟ ରହିଛି କିନ୍ତୁ ସେଠାରେ ଗାଡି ରଖିବାର ବ୍ୟବସ୍ଥା ନ ଥିବାରୁ ଗ୍ରାହକମାନେ ଗାଡିସବୁ ରାସ୍ତାରେ ରଖୁଥିବା ବେଳେ ସୁନାରିସାହିରେ ଏକ ହୋଟେଲ ରହିଥିବା ବେଳେ ସେଠାରେ ରାସ୍ତାର ୨ ପାଶ୍ୱରେ ଲୋକମାନେ ଗାଡି ରଖୁଥିବାରୁ ଟ୍ରାଫିକ ସମସ୍ୟା ସଦାସର୍ବତା ଲାଗିରହୁଛି।ମେନ ରୋଡରେ ବଡ ବଡ ଗାଡି ଯାଉଥିବା ବେଳେ ସେଠାରେ ରହିଥିବା ବିଭିନ୍ନ ବ୍ୟାଙ୍କ ଓ ଦୋକାନ ସବୁ ରହିଥିବାରୁ ପୂର୍ବାହ୍ନରେ ଟ୍ରାଫିକ ସମସ୍ୟା ରହୁଥିବାରୁ ଲୋକମାନେ ୨ ଚକିଆଗାଡିରେ ଯିବା ଆସିବା କଷ୍ଟକର ହେଉଥିବା ଜଣାପଡିଛି।ଦିନବେଳା ବଡ ବଡ ଗାଡି ସବୁ ମେନରୋଡ ଦେଇ ଚଳାଚଳ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି।କୋରାପୁଟ ମ୍ୟୁନସିପାଲଟି ଓ ଟାଉନ ପୋଲିସ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.