Home କୋରାପୁଟ କୋରାପୁଟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂତନଗୃହ ଉଦଘାଟିତ

କୋରାପୁଟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂତନଗୃହ ଉଦଘାଟିତ

300

କୋରାପୁଟ ; ତା୧୪-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂତନଗୃହ ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ନିକଟରେ ୧୮ ଲକ୍ଷ ୮୫ ହଜାର ଟଙ୍କା ବିନିମୟରେ କୋରାପୁଟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ କରାଯାଇଥିଲା ।କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ ଓ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଏଥିପୂର୍ବରୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ନୂତନ କାର୍ଯ୍ୟାଳୟକୁ ଆସି ପରିଦର୍ଶନ କରିଥିଲେ ।କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ,କୋରାପୁଟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ମହାପାତ୍ର ,ସୁପରଭାଇଜର ବିନୋଦିନୀ ବେହେରା ,ରାଜର୍ଶି ସାହୁ ,ସବିତା ସମାଦାର, ଚନ୍ଦ୍ରିକା ମହାପାତ୍ର ,ଜ୍ୟୋତି ମୋହନୀ ବାଘ ,ଲିଲାବତୀ ସୋରେନ ,ଏସଏ ହୃଦାୟାନନ୍ଦ ମିଶ୍ର ଓ ଅଙ୍ଗନବାଡି କର୍ମିମାନେ ଯୋଗଦେଇ ପରିଚାଳନା କରିଥିବା ବେଳେ କୋରାପୁଟ ସମଗ୍ର ଶିକ୍ଷା ଅଭିଯାନର ବରିଷ୍ଠ ବୈଷୟିକ ସହାୟକ ଭେଙ୍କେଟେଶ୍ୱର ମିଶ୍ର , ବୈଷୟିକ ସହାୟକ ଉମାକାନ୍ତ ମହାନ୍ତି ଓ ରୁତୁମ୍ବରା ରାଣୀ ବିଷୋୟୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.