Home ଓଡ଼ିଶା କୋରାପୁଟ ସଦର ମହକୁମା ଡାକ୍ତରଖାନାରେ କାର୍ଯ୍ୟରତ ଅବସରପ୍ରାପ୍ତ କର୍ମଚାରୀଙ୍କୁ କେବେ କଢାଯିବ ?

କୋରାପୁଟ ସଦର ମହକୁମା ଡାକ୍ତରଖାନାରେ କାର୍ଯ୍ୟରତ ଅବସରପ୍ରାପ୍ତ କର୍ମଚାରୀଙ୍କୁ କେବେ କଢାଯିବ ?

92

କୋରାପୁଟ ; ତା୨୧-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହରରେ ବେଜରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଦର ମହକୁମା ଡାକ୍ତରଖାନାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ କରାଯାଇଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।ଅବସରପ୍ରାପ୍ତ କର୍ମଚାରୀ ଜି.ତାରିଣୀ ସାହୁ ଗତ ତା୧୧-୦୮-୨୦୦୯ ରିଖରୁ କୋରାପୁଟ ସଦର ମହକୁମା ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ଭିକାରୀ ନାୟକ ଗତ ତା୦୧-୦୯-୨୦୦୯ରିଖ, କାମାକ୍ଷି ପ୍ରସାଦ ପଣ୍ଡା ଗତ ତା୩୦-୦୩-୧୨ରିଖ ଓ ରାଜ କୁମାରୀ ପଟନାୟକ ଗତ ୦୧-୧୦-୧୨ରିଖରୁ କାର୍ଯ୍ୟରତ ଅଛନ୍ତି। ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବୟସବୃଦ୍ଧି ହେଉଥିବା ବେଳେ କାହିିଁକି ପ୍ରଶାସନ କାଢୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନ ଉଠୁଛି।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବସରପ୍ରାପ୍ତ କର୍ମଚାରୀ ସୂର୍ଯ୍ୟ ନାରାୟଣ ପଣ୍ଡା ଅଫିସ ଅଧିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ କର୍ତୂପକ୍ଷ ବାହାର କରିଦେଇଛନ୍ତି।ତେଣୁ ଜିଲ୍ଲା ପ୍ରଶାସନ ସଦର ମହକୁମା ଡାକ୍ତରଖାନାରେ କାଯର୍ୟରତ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବାହାର କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.