Home କୋରାପୁଟ କୋରାପୁଟ ବ୍ଲକରେ କାଳିଆ ଯୋଜନାରେ ଏବେ ସୁଦ୍ଧା ୬୨୮୬ ଆବେଦନ ପତ୍ର ଗ୍ରହଣ କରାଯାଇଛି

କୋରାପୁଟ ବ୍ଲକରେ କାଳିଆ ଯୋଜନାରେ ଏବେ ସୁଦ୍ଧା ୬୨୮୬ ଆବେଦନ ପତ୍ର ଗ୍ରହଣ କରାଯାଇଛି

469

କୋରାପୁଟ ; ତା୧୧-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକର ପଂଚାୟତମାନଙ୍କରେ କାଳିଆ ଯୋଜନାର ଆବେଦନ ପତ୍ର ଗ୍ରହଣ କରାଯାଉଥିବା ବେଳେ ୧୦ ତାରିଖଦିନ ଆବେଦନପତ୍ର ପ୍ରଦାନ କରିବାକୁ ଚାଷୀମାନଙ୍କର ଭିଡ ନଜର କରାଯାଇଥିଲା।ଏପରିକି ପଦ୍ମପୁରରେ ଉପସ୍ଥିତ ମହିଳା କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପୋଲିସ ସୁରକ୍ଷା ଦିଆଯାଇଥିଲା।ସେହିପରି ଆଜି ଲିଟିଗୁଡା ପଂଚାୟତରେ ମହିଳା କର୍ମଚାରୀଥିବାରୁ ସେଠାରେ ମଧ୍ୟ ପୋଲିସ ସହାୟତା ଯୋଗାଇ ଦିଆଯାଇଛି।ସରକାର ଆଉ ୫ ଦିନ ବୃଦ୍ଧି କରିଥିବାରୁ ଚାଷୀମାନେ ପଂଚାୟତ କାର୍ଯ୍ୟାଳୟକୁ ଆସି ଆବେଦନ ପତ୍ର ଦେଉଥିବା ଲକ୍ଷ୍ୟ କରାଯାଇଥିଲା।

କୋରାପୁଟ ବ୍ଲକରେ ଏବେ ସୁଦ୍ଧା ୬୨୮୬ ଜଣ ଚାଷୀ ଆବେଦନ ପତ୍ର ଦେଇଥିବା ସହକାରୀ କୃଷି ଅଧିକାରୀ ମୃତଞୟ ମହାରଣା ପ୍ରକାଶ କରିଛନ୍ତି।ଉପଯୁକ୍ତ ଚାଷୀ ଯେପରି ଏହି ସୁବିଧାରୁ ବାଦ ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ସେ ସୂଚନା ଦେଇଥିଲେ।ନବିନ ବାବୁଙ୍କ ଯୋଜନା ଭଲ ଲାଗୁଛି ବୋଲି ଦଳେଇପୁଟର ଚାଷୀ କୁଶବ ପୂଜାରୀ ଓ ସୋମାନଥ ଗୁଣ୍ଠା ସୂଚନା ଦେଇଛନ୍ତି। ଏହି ଯୋଜନାରେ ଚାଷୀ ଉପକୃତ ହେବେ ବୋଲି ଥାଟପଦର ଗ୍ରାମର ଚାଷୀ ଅର୍ଜୁନ କନ୍ଧପାଣ ଓ ମହାଦେଇପୁଟର ଦେବ ଗୈାଡ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.