Home କୋରାପୁଟ କୋରାପୁଟ ପ୍ରେସକ୍ଲବରେ ଜୟପୁର ବିଧାୟକ ଜନ୍ମଦିନ ପାଲିଲେ ; ଜିଲ୍ଲାରୁ ଦୁର୍ନତି ହଟେଇବା ନୂତନ ବର୍ଷର...

କୋରାପୁଟ ପ୍ରେସକ୍ଲବରେ ଜୟପୁର ବିଧାୟକ ଜନ୍ମଦିନ ପାଲିଲେ ; ଜିଲ୍ଲାରୁ ଦୁର୍ନତି ହଟେଇବା ନୂତନ ବର୍ଷର ସଂକଳ୍ପ-ଶ୍ରୀ ବାହିନିପତି

477

କୋରାପୁଟ ; ତା୩୧-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ପ୍ରେସକ୍ଲବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଜନ୍ମଦିନ ପାଳନ କରିଥିଲେ ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରୀ ବାହିନିପତି କେକ କାଟି ଜନ୍ମଦିନ ପାଳିଥିଲେ ।ଏହି ଅବସରରେ କ୍ଲବର ସଂପାଦକ ଅମିତାଭ ବେହେରା ଶ୍ରୀ ବାହିନିପତିଙ୍କୁ ଏକ ଉପହାର ପ୍ରଦାନ କରିଥିଲେ ।ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି , କ୍ଲବ ସଦସ୍ୟ ବିଦ୍ୟାଧର ଚୋଧୁରୀ , ସିଏଚ .ସାନ୍ତାକାର , ଲକ୍ଷ୍ମିପ୍ରସାଦ ରଥ ,ଘନଶ୍ୟାମ ରଥ ,ଅରୁଣ ଦାଶ , ବାବୁଲ ସିଂ , ଅର୍ଜୁନ ବେହେରା ,ପରିକ୍ଷିତ ବିଶ୍ୱାଲ ,ପ୍ରଶାନ୍ତ କୁମାର ସାମନ୍ତାରାୟ , ପତିତପାବନ ସାହୁ ,ଜିତେନ୍ଦ୍ର କୁମାର ମିଶ୍ର , ରଞନ କୁମାର ଦାସ ,ମନୋଜ ନାୟକ ,ସୂର୍ଯ୍ୟ ନାରାୟଣ ପଣ୍ଡା ,ଗୋପାଲ ପାଢୀ , ସତ୍ୟଜିତ ମହାନ୍ତି ,ଶଶାଙ୍କ ମୋହନ ଗୁରୁ , କୋରାପୁଟ ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ପ୍ରମୁଖ ଉପସ୍ଥିତ ଥିଲେ ।
କୋରାପୁଟ ଜିଲ୍ଲାରେ ଦୁର୍ନିତି ତଳସ୍ତରରୁ ଆରମ୍ଭ କରି ଉପରସ୍ତର ପର୍ଯ୍ୟନ୍ତ ରହିଥିବାରୁ ଏହା ବିକାଶରେ ବାଧା ହେଉଛି ବୋଲି ଜୟପୁର ବିଧାୟକ ଶ୍ରୀ ବାହିନିପତି ଅଭିଯୋଗ କରିଥିଲେ ।ଜିଲ୍ଲାରୁ ଦୁର୍ନିତିକୁ ହଟେଇବା ନୂତନ ବର୍ଷର ସଂକଳ୍ପ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ ।କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅନେକ ସମସ୍୍ୟା ରହିଥିବା ସେ ଅବଗତ ରହିଥିବା ବେଳେ ଏହାର ସମସ୍୍ୟା ସମାଧାନ ପ୍ରତି ପ୍ରାଥମିକତା ରହିବ ବୋଲି ସେ ସୂଚନା ଦେଇଥିଲେ ।ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଯେପରି ସୁଦୃଢ ରହିବ ଓ ଜିଲ୍ଲାର ବେକାର ଯୁବକ /ଯୁବତୀମାନେ ଯେପରି କୋରାପୁଟ ଜିଲ୍ଲାରେ ଚାକିରୀ କରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍୍ୟାକୁ ଜିଲ୍ଲାର ଯୁବ ସମାଜ ଆଗଭର ହୋଇ ସ୍ୱର ଉତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.