Home କୋରାପୁଟ କୋରାପୁଟ ପ୍ରେସ କ୍ଲବର ନୂତନ କର୍ମକର୍ତା ମନୋନୀତ

କୋରାପୁଟ ପ୍ରେସ କ୍ଲବର ନୂତନ କର୍ମକର୍ତା ମନୋନୀତ

209

କୋରାପୁଟ ; ତା୦୯-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ପ୍ରେସକ୍ଲବର ନୂତନ କର୍ମକର୍ତା ମନୋନୀତ କରାଯାଇଥିବା ଜଣାପଡିଛି।ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ମିଶ୍ର୍ରୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଅମିତାଭ ବେହେରାଙ୍କୁ ସଂପାଦକ ଭାବେ ମନୋନୀତ କରାଯାଇଥିଲା।ପ୍ରଶାନ୍ତ କୁମାର ସାମନ୍ତରାୟ ଉପସଭାପତି ଓ ଅରୁଣ ଦାଶ ଯୁଗ୍ମ ସଂପାଦକ ଭାବେ ମନୋନୀତ କରାଯାଇଥିଲା।ଟ୍ରି୍ରିବୁନାଲ ଅଧ୍ୟକ୍ଷ ଭାବେ ବିଦ୍ୟାଧର ଚୋଧୁରୀ ଓ େଓଲଭାର ବୋର୍ଡର ଭାବେ ଓମ ପ୍ରକାଶ ସିହ୍ନାଙ୍କୁ ମନୋନୀତ କରାଯାଇଥିଲା।ବରିଷ୍ଠ ସଦସ୍ୟ ପରିକ୍ଷିତ ବିଶ୍ୱାଲ, ଅଜୟ କୁମାର ସାହୁ, ଡି .ଶଙ୍କର ରାଓ, ଲକ୍ଷ୍ମି ପ୍ରସାଦ ରଥ, ସି.ଏଚ.ସାନ୍ତାକାର ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା।ଆଜି ପୂର୍ବାହ୍ନରେ କୋରାପୁଟ ପ୍ରେସ କ୍ଲବର ବରିଷ୍ଠ ସଦସ୍ୟ ଡି .ଶଙ୍କର ରାଓ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇଥିବା ବେଳେ ଅଜୟ କୁମାର ସାହୁ ଯୋଗଦେଇ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.