Home କୋରାପୁଟ କୋରାପୁଟ ନିୟନ୍ତ୍ରୀତ ବଜାର କମିଟି ଜଣେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଓ ୮ଲକ୍ଷ ଟଙ୍କାର...

କୋରାପୁଟ ନିୟନ୍ତ୍ରୀତ ବଜାର କମିଟି ଜଣେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଓ ୮ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ଆଣିଲେ ଉପାଧ୍ୟକ୍ଷ

97

କୋରାପୁଟ ; ତା୦୧-୧୦-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ନିୟନ୍ତ୍ରୀତ ବଜାର କମିଟି ଜଣେ ଠିକାଦାରଙ୍କୁ ଅହେତୁକ ଅନୁକୁମ୍ପା ପ୍ରଦର୍ଶନ କରିଥିବାରୁ ଆରଏମସିକୁ ୮ ଲକ୍ଷ ଟଙ୍କାର କ୍ଷତି ହୋଇଥିବା କମିଟିର ଉପାଧ୍ୟକ୍ଷ କର୍ପୁର ହନ୍ତାଲ ଅଭିଯୋଗ କରିଛନ୍ତି ।ସେମିଲିଗୁଡାଠାରେ ଥିବା ପୁରୁଣା କୃଷକବଜାରକୁ ଭାଙ୍ଗି ସେଠାରେ ୮୦ ଟି ଷ୍ଟଲ ୧୮୬୦୨୯୫୪ ଟଙ୍କାରେ ନିର୍ମାଣ କରିବାକୁ କମିଟି ନିଷ୍ପତି ନେଇଥିଲା ବୋଲି ଶ୍ରୀ ହନ୍ତାଲ ସୂଚନା ଦେଇଥିଲେ ।ଏପ୍ରିଲ ୨୦୧୭ରୁ କାର୍ଯ୍ୟ ଆରମ୍ଭ ହୋଇ ଡିସେମ୍ବର-୨୦୧୭ରେ କାର୍ଯ୍ୟ ଶେଷ କରିବାକୁ ଜେ .ମହାନ୍ତି ନାମକ ଠିକାଦାରଙ୍କ ସହ ଚୁକ୍ତି ହୋଇଥିଲା ।କାର୍ଯ୍ୟ ଶେଷ ହେବାରେ ବିଳମ୍ଭ ହେବାରୁ ଇଓଟି କମିଟି ଏପ୍ରିଲ ୨୦୧୮ରୁ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଥିଲେ ।ଜାନୁଆରୀ ୨୦୧୮ରୁ ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ଇଓଟି କମିଟି ଅନୁମତି ଦେଇ ନ ଥିବା ବେଳେ କିପରି କାର୍ଯ୍ୟ କରାଯାଉଛି ବୋଲି ସେ ଅଭିଯୋଗ କରିବା ସହ ତଦନ୍ତ କରିବାକୁ ଦାବି କରିଥିଲେ ।ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହୋଇଥାନ୍ତା ତେବେ ଘରଭଡା ବାବଦରେ ଆରଏମସି ୮ ଲକ୍ଷ ଟଙ୍କା ପାଇଥାନ୍ତା କିନ୍ତୁ ନିର୍ମାଣ ଶେଷ ନ ହେବାରୁ ଆରଏମସିର କ୍ଷତି ହୋଇଥିବା ସେ ପ୍ରକାଶ କରିଥିଲେ ।ଶ୍ରମିକ ମିଳିବାରେ ଅସୁବିଧା ହେଉଥିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ଭାରପ୍ରାପ୍ତ ସଂପାଦକ ତଥା ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ପ୍ରକାଶ କରିଛନ୍ତି ।କାର୍ଯ୍ୟ ତୁରନ୍ତ ଶେଷ କରି କମିଟିକୁ ହସ୍ତାନ୍ତର କରିବାକୁ ସେ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।କମିଟି ଉପାଧ୍ୟକ୍ଷ ଯେଉଁ ଅଭିଯୋଗ କରିଛନ୍ତି ତାହାର ତଦନ୍ତ କରାଯିବ ବୋଲି ଶ୍ରୀ ଅନୁଗୁଲିଆ ପ୍ରକାଶ କରିଥିଲେ ।କୁନ୍ଦୁଲିଠାରେ ୬ କୋଟିରୁ ଉର୍ଦ୍ଧ ଅର୍ଥରେ ଏକ ଜାତୀୟ କଷକ ବଜାର ନିର୍ମାଣ କରାଯାଇଛି ।ଷ୍ଟଲ ଅଛି କିନ୍ତୁ କାହାରିକୁ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ ।ସ୍ଥାନୀୟ ଚାଷୀମାନେ ଜାତୀୟରାଜରାସ୍ତାର ଉଭୟ ପାଶ୍ୱରେ ବସି ବିକ୍ରୟ କରୁଥିବାରୁ ଟ୍ରାଫିକ ଜାମ ହୋଇଥିବା ନଜର କରାଯାଇଛି ।ଚାଷୀମାନେ କିପରି କୃଷକ ବଜାରେ ବସିବେ ସେଥିପ୍ରତି ଆରଏମସି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।ଶୁକ୍ରବାର ସପ୍ରାହିକ ହାଟଦିନ କମିଟିର କର୍ମଚାରୀମାନେ କୁନ୍ଦୁଲି ଯାଇ ଚାଷୀମାନଙ୍କୁ କୃଷକ ବଜାର ମଧ୍ୟକୁ ଯିବା ପାଇଁ ପ୍ରବର୍ତାଉଥିବା ଶ୍ରୀ ଅନୁଗୁଲିଆ ପ୍ରକାଶ କରିଥିଲେ ।ନିର୍ମାଣଧିନ ଷ୍ଟଲଗୁଡିକ କାହିଁକି ପ୍ରଦାନ କରାଯାଇନାହିଁ ସେଥି ନିମନ୍ତେ ସବକମିଟିକୁ କୁହାଯିବ ବୋଲି ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.