Home କୋରାପୁଟ କୋରାପୁଟ ନବ ନିର୍ମାଣ କୃଷକ ସଂଗଠନର କାର୍ଯ୍ୟକାରୀ ବୈଠକ

କୋରାପୁଟ ନବ ନିର୍ମାଣ କୃଷକ ସଂଗଠନର କାର୍ଯ୍ୟକାରୀ ବୈଠକ

319

କୋରାପୁଟ ; ତା୨୪-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ନିଶାଣୀମୁଣ୍ଡାଠାରେ କୋରାପୁଟ ନବ ନିର୍ମାଣ କୃଷକ ସଂଗଠନର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସଂହ ସଂଯୋଜକ ଉମାକାନ୍ତ ଭରତ ଯୋଗଦେଇ ଜିଲ୍ଲାର ଚାଷୀମାନଙ୍କୁ ଏକତ୍ରୀତ ହୋଇ ନିଜର ଦାବି ପ୍ରାଇସ , ପ୍ରେଷ୍ଟିଜ ,ପେନସେନ ଓ ରଣଛାଡ ହାସଲ କରିବାକୁ ଆହ୍ୱାନ ଦେଇଥିଲେ । ଆସନ୍ତା ୬ ତାରିଖରେ ଉକ୍ତ ଦାବି ହାସଲ ନିମନ୍ତେ ବିଧାନସଭା ଘେରାଉ କରାଯିବ ତେଣୁ ଚାଷୀମାନେ ଅଧିକା ସଂଖ୍ୟାରେ ଯୋଗଦାନ କରିବାକୁ ନିବେଦନ କରିଥିଲେ ।ଏହି ସଭାରେ ଅଗ୍ରଣୀ ଚାଷୀ ବୈଦ୍ୟନାଥ ଶତପଥିି , ବିପିନ ମହାନ୍ତି , ଚିତରଂଜନ ଶତପଥି , ଲକ୍ଷ୍ମୀ ନାରାୟଣ ମିଶ୍ର , ସୁନୀଲ ଷଡଙ୍ଗୀଙ୍କ ସହ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଚାଷୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.