Home ଓଡ଼ିଶା କୋରାପୁଟ ଟାଉନଥାନା ନିକଟ ଚାଉଳ ଦୋକାନରୁ ଚୋରୀ

କୋରାପୁଟ ଟାଉନଥାନା ନିକଟ ଚାଉଳ ଦୋକାନରୁ ଚୋରୀ

106

କୋରାପୁଟ ; ତା୦୮-୧୨-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଟାଉନଥାନା ନିକଟରେ ଥିବା ଏକ ଚାଉଳ ଦୋକାନରୁ ଚୋରୀ ହୋଇଯାଇଥିବା ଜଣାପଡିଛି ।କୋରାପୁଟ ଟ୍ରାଫିକ ଛକ ନିକଟରେ ଏମ .ରାମା ରାଓ ଚାଉଳ ଦୋକାନ କରିଥିବା ବେଳେ ସବୁଦିନ ପରି ଗତକାଲି ରାତ୍ରୀ ୯ଘ.୩୦ ମିନିଟ ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ।ଆଜି ସକାଳ ୯ ଘ.ସମୟରେ ଦୋକାନ ଖୋଲିଲା ବେଳକୁ ଦୋକାନରୁ ପଛପଡ କାନ୍ଥକୁଗାତ କରି ଚୋରମାନେ ପଶି ୪୮ ହଜାର ଟଙ୍କା ଚୋରୀ କରିଥିବା ବେଳେ ୧୦ ବସ୍ତା ଚାଉଲ ନଷ୍ଟ କରିଥିବା ସେ ଏତାଲାରେ ଦର୍ଶାଇଛନ୍ତି ।କୋରାପୁଟ ଟାଉନଥାନାରେ ଏତାଲା ଦେବାପରେ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିବା ଜଣାପଡିଛି ।ଗାନ୍ଧିପାର୍କରେ ପଶି ଦୁବୃତମାନେ ପ୍ରଥମେ ଚାଉଳଦୋକାନ ପାଖରେ ଥିବା ଏକ ଷ୍ଟଲର କାନ୍ଥଗାତ କରିଥିଲେ କିନ୍ତୁ ସେଠାରେ କିଛି ଜିନିଷ ନ ଥିବା ଦେଖିବା ପରେ ଚାଉଳଦୋକାନ କାନ୍ଥକୁ ଗାତ କରି ଓ ଭିତରେ କାନ୍ଥକୁ ଲାଗିଥିବା ଚାଉଳ ବସ୍ତା ରୁ ଚାଉଳ ବାହାର କରିବା ପରେ ଦୋକାନ ଭିତରେ ପ୍ରବେଶ କରିଥିବା ନଜର କରାଯାଇଥିଲା ।କୋରାପୁଟ ସହରରେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଥିବା ବେଳେ ରାତ୍ରୀ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.