Home କୋରାପୁଟ କୋରାପୁଟ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କୋରାପୁଟ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

132

କୋରାପୁଟ ; ତା୦୨-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ମିଳିତ ପ୍ରାଥମିକ ମହାସଂଘର କର୍ମକର୍ତମାନେ ୬ ଦଫା ଦାବି ନେଇ ସହରରେ ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ସଂଘର ମୁଖ୍ୟ ଆବାହକ ପ୍ରଦୀପ କୁମାର ଜାଲଙ୍କ ନେତୃତ୍ୟରେ ସଂଘର କର୍ମକର୍ତାମାନେ ସହର ମଧ୍ୟରେ ଶୋଭାଯାତ୍ରା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ ।ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା କରାଯାଉଥିଲେ ମଧ୍ୟ ୬ ଷ୍ଠ ବେତମରେ ଥିବା ଅସଂଗତି ୭ ମ ବେତନ କମିଶନରେ ଦୂର ହୋଇପାରି ନାହିଁ ଯଦ୍ୱାରା ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଶ୍ରୀ ଜାଲ ସୂଚନା ଦେଇଥିଲେ ।ଭାରତର ଅନ୍ୟାନ୍ୟ ରାଜ୍ୟରେ ୬ ଷ୍ଠ ବେତନ କମିଶନରେ ପ୍ରାଥମିକ ଶିକ୍ଷକମାନଙ୍କୁ ପେ ୯୩୦୦ ଓ ଗ୍ରେଡ ପେ ୪୨୦୦ ଟଙ୍କା ହିସାବରେ ଦରମା ପ୍ରଦାନ କରାଯାଥିବା ବେଳେ ଓଡିଶା ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ପେ ୫୨୦୦ ଓ ଗ୍ରେଡ ପେ ୨୨୦୦ ଟଙ୍କା ହିସାବରେ ଦରମା ପ୍ରଦାନ କରୁଛନ୍ତି ଯାହା କି ଶିକ୍ଷା ଅଧିକାର ଆଇନର ପରିପନ୍ଥୀ ବୋଲି ସେ ସୂଚନା ଦେଇଥିଲେ ।ମାଟ୍ରିକ ସିଟି ପୋଷ୍ଟକୁ ଅପଗ୍ରେଡ କରି ଯୁକ୍ତ ଦୁଇ ପୋଷ୍ଟ ଅପଗ୍ରେଡ କରାଯାଇ ଗ୍ରେଡ ପେ ୨୮୦୦ ଟଙ୍କା ହିସାବରେ ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କର ଦରମା ୭ମ ବେତନ କମିଶନର ପେ ମାଟ୍ରିକରେ ଧାର୍ଯ୍ୟ କରାଯାଇ ତା ୦୧-୦୧-୧୬ ଠାରୁ ଲାଗୁ କରାଯାଉ ,୨୦୦୫ ମସିହାଠାରୁ ନିଯୁକ୍ତ ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ନୂତନ ପେନସେନ ପରିବର୍ତେ ପୁରୁଣା ପେନସେନ ଲାଗୁ କରାଯାଉ ପ୍ରମୁଖ ଦାବି ରହିଥିବା ଜଣାପଡିଛି ।ଯଦି ସରକାର ଦାବି ଗୁଡାକ ସମାଧାନ ନ କରନ୍ତି ଦେବେ ମିଳିତ ସଂଘ ବାଧ୍ୟ ହୋଇ ଆନେ୍ଦାଳନ କରିବ ବୋଲି ସେ ଚେତାବନୀ ଦେଇଥିଲେ ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟକ ଭାରପ୍ରାପ୍ତ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.