Home କୋରାପୁଟ କୋରାପୁଟ ଜିଲ୍ଲାର ସମୀକ୍ଷା କଲେ ନୋଡାଲ ସଚିବ

କୋରାପୁଟ ଜିଲ୍ଲାର ସମୀକ୍ଷା କଲେ ନୋଡାଲ ସଚିବ

21

କୋରାପୁଟ ୧୭-୦୯(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ  ସଦଭାବନା ସଭାଗୃହଠାରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ସଚିବ ତଥା କୋରାପୁଟ ଆକଂକ୍ଷା ଜିଲ୍ଲା ନୋଡାଲ ସଚିବ ବିଷ୍ଣୁପଦ ସେଠୀ ଆକଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ , ରାଜସ୍ୱ ଓ କୋଟିଆକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିବା ଜଣାପଡିଛି ।ପ୍ରାଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା , ଆବାସା ଗୃହ ଓ ଇଂଟରନେଟ  ପ୍ରଭୃତି  କାର୍ଯ୍ୟକୁ ତ୍ୱରାନ୍ନିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ମୁଦ୍ରା ରୁଣ ,ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସେନ ଯୋଜନା ଓ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସଂପର୍କରେ ଆଲୋଚନା କରାଯାଇଥିଲା ।ମାଇକ୍ରୋ ଜଳସେଚନ , ପ୍ରାଣୀ ଟୀକା , ମୂର୍ତକା ସ୍ୱାସ୍ଥ୍ୟ  କାର୍ଡ , ଦୁଗ୍ଧ ଚିଲିଂ ପ୍ଲାଂଟସ  ଉପରେ ମଧ୍ୟ  ସମୀକ୍ଷା କରିଥିଲେ ।କୋରାପୁଟ ଜିଲ୍ଲାରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି ଓ ସ୍କଲୁଗୁଡିକରେ ଟଇଲେଟ ,ପାନୀୟଜଳ ସୁବିଧା ଓ ବିଦ୍ୟୁତ କରଣ ଉପରେ ପଚାରି ବୁଝିଥିଲେ ।କୋରାପୁଟ ଜିଲ୍ଲାରେ କେତେ ଡାକ୍ତର ପଦବୀ ଖାଲି ପଡିଛି , ବାଇକ ଓ ବୋଟ ଆମ୍ବୁଲାନଓ ମଧ୍ୟରେ ଉପସ୍ଥିତ  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କୁ ପଚାରିଥିଲେ ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର , କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ,ଆଇଏଏସ ପ୍ରୋବେସେନାରୀ ଭେଦଭୂଷଣ , ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର  ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.