Home ଓଡ଼ିଶା କୋରାପୁଟର ବିଭିନ୍ନ ମନ୍ଦିରରେ ମହାଶିବରାତ୍ରୀ ପାଳିତ

କୋରାପୁଟର ବିଭିନ୍ନ ମନ୍ଦିରରେ ମହାଶିବରାତ୍ରୀ ପାଳିତ

422

କୋରାପୁଟ ;ତା୦୪-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ମହାଶିବରାତ୍ରୀ ଓ ଜାଗର ପାଇଁ ସମଗ୍ର କୋରାପୁଟ ଜିଲା ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଜିଲାର ଗ୍ରାମାଂଚଲ ମାନଙ୍କରେ ଥିବା ଶିବ ମନ୍ଦିର ଗୁଡିକରେ ଆଦିବାସୀ ରିତିନୀତି ଓ ପରମ୍ପରାରେ ପୂଜାର୍ଚନା କରାଯାଉଥିବା ଦେଖିବାକୁ ମିଳିଛି। କୋରାପୁଟ ସହରର ଶାବର ଶ୍ରୀକ୍ଷେତ୍ର, ରାଉଳ ଶିବ ମନ୍ଦିର, ରେଳବାଇ ଶିବ ମନ୍ଦିର, ଓଏମପି ଶିବ ମନ୍ଦିର, ପୂଜାରୀପୁଟ ରାମ ମନ୍ଦିର ସମେତ ସୁନାବେଡା, ସେମିଲିଗୁଡା, ଦାମନଯୋଡି ସ୍ଥିତ ଶୈବପୀଠ ଗୁଡିକରେ ମହା ଆଡମ୍ବର ସହକାରେ ମହାଶିବରାତ୍ରୀ ପାଳନ କରାଯାଇଥିବା ନଜର କରାଯାଇଥିଲା। ସଦର ବ୍ଲକ କେନ୍ଦାର ଗ୍ରାମରେ ଥିବା ଏକ ଶିବ ମନ୍ଦିରରେ ବହୁବର୍ଷରୁ ଅଂଚଲବାସୀ ଆଦିବାସୀ ପରମ୍ପରାରେ ଶିବରାତ୍ର ପାଳନ କରୁଛନ୍ତି। ମନ୍ଦିର ଆଧୁନିକ ଚାକଚକ୍ୟରେ ସଜ୍ଜିତ ହୋଇନଥିଲେ ମଧ୍ୟ ସ୍ଥାନୀୟ ଆଦିବାସୀ ମହିଳା ମାନେ ମନ୍ଦିରକୁ ସେମାନଙ୍କ କଳାକୃତିରେ ସଜ୍ଜାଇ ଶିବରାତ୍ର ପାଳନ କରି ଥାଆନ୍ତି। ଉକ୍ତ ମନ୍ଦିରରେ କୌଣସି ବ୍ରାହ୍ମଣ ପୂଜା କରୁନଥିବାବେଳେ ଲକ୍ଷ୍ମଣ ଯାନୀ ନାମକ ଆଦିବାସୀ ଦିଶାରୀ ପୂଜା କରୁଥିବା ମନ୍ଦିର ପରିଚାଳନା କମିଟି ସଭାପତି ପୀତବାସ ଯାନୀ କହିଛନ୍ତି। ସେହିପରି ଜିଲାର ଦଳେଇଗୁଡା, ମସ୍ତିପୁଟ, ଡୁମୁରିଗୁଡା, ପୁରୁଣା ଡୁମୁରିପୁଟ, ଦୁରୁଗୁଡା ଇତ୍ୟାଦି ଗ୍ରାମରେ ମଧ୍ୟ ଆଦିବାସୀ ପରମ୍ପରା ମଧ୍ୟରେ ଶିବରାତ୍ର ପାଳନ ହେଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.