Home ଓଡ଼ିଶା କୋରାପୁଟରେ ଭାରତ ବନ୍ଦ

କୋରାପୁଟରେ ଭାରତ ବନ୍ଦ

167

କୋରାପୁଟ ; ତା୧୦-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ଡାକରା ଦେଇଥିବା ଭାରତ ବନ୍ଦ କୋରାପୁଟ ଜିଲାରେ ଶାନ୍ତିପୂର୍ଣ ଭାବେ ଶେଷ ହୋଇଛି। ଜିଲା ସଦର ମହକୁମାରେ କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆଙ୍କ ନେତୃତ୍ୱରେ ବହୁ କର୍ମୀ ଯୋଗ ଦେଇ ଜାତୀୟ ରାଜପଥ ଅବରୋଦ୍ଧ କରିଥିବାବେଳେ ଦଳର ନିବେଦନ କ୍ରମେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଜିଲାରେ ଯାନ ବାହାନ ଚଳାଚଳ ବନ୍ଦ ରହିଥିବାବେଳେ କଂଗ୍ରେସ କର୍ମୀମାନେ ବିଭିନ୍ନ ସରକାରୀ ଅଫିସ ଏବଂ ବ୍ୟାଙ୍କରେ ପିକେଟିଂ କରି ବନ୍ଦ କରାଇଥିଲେ।ବନ୍ଦ ଡାକରା ଯୋଗୁଁ ସହରରେ ଥିବା ପେଟ୍ରୋଲ ପମ୍ପଗୁଡିକ ବନ୍ଦ ରହିଥିଲା। ଜିଲା କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ, ପୂର୍ବତନ ବିଧାୟକ ନିମାଁଇ ସରକାର, ପିସିସି ସଦସ୍ୟ ଜଗଦିଶ ଖୋସ୍ଲା, ବ୍ଲକ ସଭାପତି ବାବୁଲା ବେନ୍ୟା, ପୌର ଅଧ୍ୟକ୍ଷ ଭଗବାନ ବାହିନୀପତି, ନଗର କଂଗ୍ରେସ ସଭାପତି ଭବାନୀ ଶଙ୍କର ମିଶ୍ର, କଂଗ୍ରେସ ନେତା ତ୍ରିପତି ପାଣିଗ୍ରାହି, ରମେଶ ବାଖ୍ୟା, ଜି.ବିଜୟ କୁମାର ରାଓ, ମନୋଜ ଆଚାର୍ଯ୍ୟ, କବୀର ରାୟ, ଜୟନ୍ତ କଚିମ୍ ପ୍ରମୁଖ ଉପସ୍ଥିତ ଥିଲେ। ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମଙ୍କ ନେତୃତ୍ୟରେ ପରି ଜିଲାର ପଟ୍ଟାଙ୍ଗି, ସେମିଲିଗୁଡା, ଦାମନଯୋଡି, ସୁନାବେଡାରେ ରାସ୍ତା ଅବରୋଦ୍ଧ କରାଯାଇଥିବା ବେଳେ ଦୋକାନବଜାର ବନ୍ଦ ରହିଥିବା ନଜର କରାଯାଇଥିଲା।ଆଜି କୋରାପୁଟ ସହରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୯୫ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୧ଟଙ୍କା ୫୨ ପଇସା ରହିଥିବା ନଜର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.