Home କୋରାପୁଟ କୋରାପୁଟରେ ପହଂଚିଲା ଗାନ୍ଧି ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରା

କୋରାପୁଟରେ ପହଂଚିଲା ଗାନ୍ଧି ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରା

180

କୋରାପୁଟ ; ତା୧୪-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତି ଅବସରରେ ଓଡିଶା ଗାନ୍ଧିବାଦୀ ଫୋରମ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଦିଲ୍ଲୀ ରାଜଘାଟରୁ ବାହାରିଥିବା ଗାନ୍ଧି ଶାନ୍ତି ସଦଭାବନା ଜ୍ୟୋତିଯାତ୍ରା କୋରାପୁଟରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା।କୋରାପୁଟ ଗାନ୍ଧିପାର୍କଠାରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଯୋଗଦେଇ ଗାନ୍ଧି ଶାନ୍ତି ସଦଭାବନା ଜ୍ୟୋତିଯାତ୍ରାକୁ ପୁଷ୍ପମାଲ୍ୟାର୍ପଣ କରିଥିଲେ।ମହାତ୍ମାଗାନ୍ଧିଙ୍କ ଅହିଂସା, ମୈତ୍ରୀ ଓ ସଦଭାବନାରେ ଯୁବବର୍ଗ ଅନୁପ୍ରାଣିତ ହେବାକୁ ସେ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଫୋରମର ସଭାପତି ଡ. ରୀନା ରାଉତରାୟ, ଉପସଭାପତି ବିଶ୍ୱଜିତ ସୂର୍ଯ୍ୟବଂଶୀ, କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି, କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଜଗୁରୁ, କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, ରାଜ କିଶୋର ସାମନ୍ତରାୟ, ଆର.ଶର୍ମା, ଅରୁଣ ଦାସ, ପି .ମହାନ୍ତି ପ୍ରମୁଖଙ୍କ ସହ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ନନ୍ଦପୁର କଲେଜ ଅଧ୍ୟପାକ ରବି ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.