Home କୋରାପୁଟ କୋରାପୁଟରେ ନିଯୁକ୍ତି ମେଳା

କୋରାପୁଟରେ ନିଯୁକ୍ତି ମେଳା

371

କୋରାପୁଟ ;ତା୧୮-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ କାର୍ନିଭାଲ୍ ପଡିଆରେ ଜିଲା ପ୍ରଶାସନ ଦ୍ୱାରା ନିଯୁକ୍ତି ମେଳା ଆୟୋଜିତ ହୋଇଛି । ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାକୁ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବାବେଳେ ଜିଲା ପରିଷଦ ସଭାପତି ପ୍ରଭୂ ଯାନୀ,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି,ଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାୟଗୁର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମେଲାରେ ମୋଟ ୧୨୭୮ଜଣ ନିଯୁକ୍ତି ଆଶାୟୀ ଯୋଗ ଦେଇଥିବାବେଳେ ଜିଲା ତଥା ଜିଲା ବାହାରର ୨୮ଟି ବିଭିନ୍ନ ସଂସ୍ଥା ମେଳାରେ ଅଂଶ ଗ୍ରହଣ କରି ବେକାର ଯୁବକ ଯୁବତୀଙ୍କ ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ପ୍ରମାଣପତ୍ର ଯାଂଚ କରି ଯୋଗ୍ୟତା ଅନୁଯାୟୀ ତାଲିମ ପ୍ରଦାନ କିମ୍ବା ନିଯୁକ୍ତି ଦେବାକୁ ସହମତି ପ୍ରକାଶ କରିଥିଲେ । ସୂଚନା ଅନୁଯାୟୀ,୫୫୧ଜଣ ଆଶାୟୀଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ସୁଯୋଗ ଦିଆ ଯାଇଥିବାବେଳେ ୪୬୯ ଯୁବକ ଯୁବତୀଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ ତାଲିମ୍ ପ୍ରଦାନ ଏବଂ ୫୪ଜଣକୁ ଭାରତୀୟ ବାୟୁସେନାରେ ନିଯୁକ୍ତି ସକାଶେ କାଉନସେଲିଂ କରା ଯାଇଥିଲା । କର୍ମ ନିୟୋଜନ ବିଭାଗର ଆଂଚଳିକ ନିଦେ୍ର୍ଦଶକ ଆର୍.ଏମ୍ .ଖିଲାମା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲା କର୍ମ ନିୟୋଜନ ଅଧିକାରୀ କେ.ସିଏଚ୍ .ବେହେରା ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.