Home ଓଡ଼ିଶା କୋରାପୁଟରେ ଡିଜିପିଙ୍କ ସମୀକ୍ଷା ବୈଠକ ; ୨ ଦୁର୍ଦ୍ଦାନ୍ତ ମହିଲା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟରେ ଡିଜିପିଙ୍କ ସମୀକ୍ଷା ବୈଠକ ; ୨ ଦୁର୍ଦ୍ଦାନ୍ତ ମହିଲା ମାଓବାଦୀଙ୍କ ଆତ୍ମସମର୍ପଣ

350

କୋରାପୁଟ ; ତା୦୭-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଆଗାମୀ ସାଧାରଣ ନିର୍ବାଚନ ମାଓ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଓ କଲାହାଣ୍ଡି ଜିଲାରେ କିପରି ଶାନ୍ତି ଶୃଂଖଳାର ସହପରିଚାଳନା କରାଯିବ ସେ ନେଇ କୋରାପୁଟରେ ପୁଲିସ ମହା-ନିର୍ଦ୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସମୀକ୍ଷା ବୈଠକ କରିଥିଲେ। ଜିଲା ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଗୋଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଏଡିଜି ( ଆଇନ୍ ଶୃଖଂଳା) ସଂଜୀବ ପଣ୍ଡା, ଏଡିଜି (ଅପରେସନ) ଆର୍.ପି.କୋଟ୍ଟେ, ଏସଓଜି କମାଣ୍ଡାଂଟ୍ ଅନିରୁଦ୍ଧ ସିଂହ୍, ବିଏସଏଫ୍ ଆଇଜି ଅରୁଣ କୁମାର ସିଂହ୍, ଡିଆଇଜି ବିଏସଏଫ୍ କୋରାପୁଟ ଏ.ଶ୍ରୀନିଭାସନ୍, ଡିଆଇଜି (ଏସଆଇଡବଲ୍ୟୁ) ଘନଶ୍ୟାମ ଉପାଧ୍ୟାୟ, ଡିଆଉଜିି (ଏସଡବଲ୍ୟୁଆର୍) ହିମାଂଶୁ କୁମାର ଲାଲ୍, ସିଆରପିଏଫ୍ ଡିଆଇଜି, କୋରାପୁଟ ଏସପି ଡା.କେ.ଭି.ସିଂହ୍, ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ସମେତ ରାୟଗଡା, ନବରଂଗପୁର, ନୂଆପଡା ଓ କଳାହାଣ୍ଡି ଏସପି ଯୋଗ ଦେଇ ମାଓ ପ୍ରଭାବିତ ଜିଲାରେ କିପରି ନିର୍ବାଚନ ପରିଚାଳନା କରାଯିବ ତାହା ଆଲୋଚନା କରିଥିଲେ। ଅବାଧ ନିର୍ବାଚନ ସହ ରାଜନେତାଙ୍କ ଏସଓପି(ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରସିଜୋର୍ )ପାଳନ ଉପରେ ବୈଠକରେ ଗୁରୂତ୍ୱ ଦିଆଯିବା ସହ ରାଜ୍ୟ ପୁଲିସ୍ ଓ କେନ୍ଦ୍ରୀୟ ଯବାନଙ୍କ ମଧ୍ୟରେ ଗୋଇନ୍ଦା ସୂଚନା ଆଦାନ ପ୍ରଦାନ ସମନ୍ୱୟ ରକ୍ଷା ଉପରେ ଗୁରୂତ୍ୱ ଦିଆଯାଇଥିଲା। ନିର୍ବାଚନ ପରିଚାଳନା ସମ୍ପର୍କୀତ ପ୍ରସ୍ତୁତି ବିଷୟରେ ଡିଜିପି ଜିଲା ପୁଲିସ୍ ମୁଖ୍ୟ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଅଧିକାରୀଙ୍କୁ ପଚାରି ବୁଝିବା ସହ ସାଧାରଣ ନିର୍ବାଚନକୁ ହିଂସା ମୁକ୍ତ କରିବା ଉପରେ ଗୁରୂତ୍ୱ ଦେଇଥିଲେ। ସମୀକ୍ଷା ବୈଠକ ପରେ ଡିଜିପି ମାଲାକାନଗିରି ଜିଲାରୁ ଆସିଥିବା ସରପଂଚ, ସମିତି ସଭ୍ୟ ଓ ବ୍ଲକ୍ ଅଧ୍ୟକ୍ଷ ମାନଙ୍କ ସହ ଆଲୋଚନା କରିଥିଲେ। ମାଓବାଦୀଙ୍କ ଧମକ ଯୋଗୁଁ ଗ୍ରାମାଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ପଂଚାୟତ ପ୍ରତିନିଧିମାନେ ଡିଜିପିଙ୍କୁ ଜଣାଇବା ସହ ସେଥିପ୍ରତି ଗୁରୂତ୍ୱ ଦେବାକୁ ଅନୁରୋଧ କରିଥିଲେ। ଗଂଜେଇ ଚାଷରେ ଲୋକେ ଲାଭବାନ ହେଉନଥିବାବେଳେ ମଧ୍ୟସ୍ତି ଓ ମାଓବାଦୀ ଯଥେଷ୍ଟ ଲାଭବାନ ହେଉଥିବା ଖବର ମିଳୁଛି, ତେଣୁ ଲୋକେ ଗଂଜେଇ ଚାଷ ବଦଳରେ ଅନ୍ୟ କିଛି ଚାଷ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ। ମାଓ ସଂଗଠନରେ ଦୀର୍ଘବର୍ଷ ଧରି କାମ କରିବା ପରେ ମାଓବାଦୀଙ୍କ ଆଦିବାସୀ ବିରୋଦ୍ଧି ମନୋଭାବ ଯୋଗୁଁ ମାଓ କ୍ୟାମ୍ପ ଛାଡି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ମାଓବାଦୀଙ୍କ ସହ ଡିଜିପି ଡା.ଆର୍.ପି.ଶର୍ମା ସିଧାସଳଖ ଆଲୋଚନା କରି ସେମାନଙ୍କ ସୁଖଦଃୁଖ ପଚାରିଥିଲେ। ଆତ୍ମସମର୍ପଣ କରିଥିବା ଅନେକ ମହିଳା ଓ ପୁରୁଷ ମାଓବାଦୀ ସମୋନେ ବର୍ତମାନ ସ୍ୱାଧୀନ ଜୀବନ ବିତାଉଥିବା କହିଥିଲେ। ମାଓବାଦୀ ଆଦିବାସୀ ବିରୋଦ୍ଧି, ବିକାଶ ବିରୋଦ୍ଧି, ଲୋକଙ୍କୁ ଅନ୍ଧାରରେ ରଖି ସରକାର ଓ ପୁଲିସ୍ ବିରୁଦ୍ଧରେ ଆମକୁ ଲଢୁଥିଲେ, ହେଲେ ଆଜି ସେମାନେ ପ୍ରକୃତ ସ୍ୱାଧୀନତା କଣ ଆମେ ଜାଣି ପାରିଛୁ ବୋଲି ଆତ୍ମସମର୍ପଣ କରିଥିବା କେତେକ ମାଓବାଦୀ ପ୍ରକାଶ କରିବା ସହ ଗୁରୁପ୍ରିୟା ସେତୁ ହେବା ଯୋଗୁଁ ହଜାର ହଜାର ଲୋକ ଉପକୃତ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।

ଡିଜିପି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ କୋରାପୁଟ ଗସ୍ତ ସମୟରେ ମାଲକାନଗିରି ଜିଲାର ୨ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ ଡିଜିପିଙ୍କ ନିକଟରେ କରିଛନ୍ତି। ସେମାନେ ହେଲେ ମାଲକାନଗିରି ଜିଲା ଏମ୍.ଭି-୭୯ ଥାନା ନାଲାଗୁଣ୍ଡି ଗ୍ରାମର ଏମ୍.ସୁକାନ୍ତି(୩୬) ଓ ଚିତ୍ରକୋଣ୍ଡା ଥାନା ଧକଡପଦର ଗ୍ରାମର କୌଶଲ୍ୟା ଖୀଲ ଓରଫ ସଂଗୀତା(୨୦)। ସୁକାନ୍ତି ୨୦୦୩ରେ କାଲିମେଲା ଦଳମ୍ ମାଓ ସଂଗଠନରେ ଯୋଗ ଦେଇ ପରବର୍ତି ସମୟରେ ୨୦୦୯-୧୦ରେ ପଡିଆ ଦଳମକୁ ଯାଇଥିଲା। ସେ ପେଦୁବାଇଲୁ ଅଂଚଳରେ କାମ କରୁଥିଲା। ସୁକାନ୍ତି ମୁଣ୍ଡ ଉପରେ ଓଡିଶା ସରକାର ୪ଲକ୍ଷ ଟଙ୍କାର ପୁରଷ୍କାର ରଖିଥିଲେ। ଗୁରୁପ୍ରିୟା ସେତୁ ହେବା ପରେ ମାଓ ସଂଗଠନ ପ୍ରତି ବିପଦ ବଡିବା ଓ ସୁରକ୍ଷା କର୍ମୀଙ୍କ ଯାତାୟତ ସେମାନଙ୍କ ପାଇଁ ବିପଦ ବଢାଇବାରୁ ସେ ମାନସିକ ସ୍ତରରେ ବତୃଷ୍ଟା ହୋଇ ମାଓ ସଂଗଠନ ଚାଡିଥିବା କହିଛି। ସୁକାନ୍ତି ବିରୁଦ୍ଧରେ ଆନ୍ଧ୍ର ପ୍ରଦେଶ ପୁଲିସ୍ ଏସଆଇ ରାଜ ଶେଖର ରେଡ୍ଡି ହତ୍ୟା, ୨୦୦୩ରେ ଗୋମ୍ପାକଣ୍ଡା ନିକଟରେ ବିସ୍ଫରଣ କରି ୧୦ଜଣ ପୁଲିସଙ୍କୁ ହତ୍ୟା, କାଶା ମାଉଡି ହତ୍ୟା, ୨୦୦୪ରେ ଆକ୍ରମମ କରି ୨ଜଣ ବିଏସଏଫ୍ ଯବାନଙ୍କୁ ଆହତ କରିବା, ୨୦୦୪ ନିର୍ବାଚନରେ କୁରମାନୁର ବୁଥରୁ ଇଭିଏମ୍ ଲୁଟ୍, ମାରୁ ମାଧି ହତ୍ୟା, କାର୍ତିକ ରାୟ ହତ୍ୟା, ଏସଓଜି ଯବାନ ଆନନ୍ଦ ପଟ୍ଟନାୟକ ହତ୍ୟା, ପଡିା ଫାଣ୍ଡି ବିସ୍ଫୋରଣ, କନେଷ୍ଟବୁଲ୍ ବି. ରାମଚନ୍ଦ୍ର ହତ୍ୟା ସମେତ ଏକାଧିକ ଗୁଳି ବିନିମୟ ମାମଲା ରହିଛି। ଅନ୍ୟ ପକ୍ଷରେ ଆତ୍ମସମର୍ପଣ କରିଥିବା ଅନ୍ୟ ଜଣେ ମହିଳା ମାଓବାଦୀ କୌଶଲ୍ୟା ଖୀଲ ୨୦୧୬ରେ ଗୁମ୍ମା ଏରିଆ କମିଟି ମେମ୍ବର୍ ଭାବେ କାମ କରୁଥିଲା। କୌଶଲ୍ୟା ବିରୁଦ୍ଧରେ ରାମାଗୁଡା ଗୁଳି ବିନିମୟ, ମୁଦୁଲିପଡାରେ ଜେସିବି ଓ ଅନ୍ୟ ମେସିନ୍ ପୋଡି, ଟିକରପଡା ଗୁଳିବିନିମୟ, ଶୁକ୍ରା ମୁଦୁଲି ହତ୍ୟା ମାମଲା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.