Home କୋରାପୁଟ କୋରାପୁଟଠାରେ ୫୯ ତମ ପୋଲିସ ସହୀଦ ଦିବସ ପାଳିତ

କୋରାପୁଟଠାରେ ୫୯ ତମ ପୋଲିସ ସହୀଦ ଦିବସ ପାଳିତ

94

କୋରାପୁଟ ; ତା୨୧-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ପୋଲିସ ପ୍ୟାରେଡ ପଡିଆଠାରେ ୫୯ ତମ ପୋଲିସ ସହୀଦ ଦିବସ ପାଳିତ ହୋଇଯାଇଛି।କୋରାପୁଟ ଏସପି ଡା.କେ .ବିଶାଳ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ।ସହୀଦ ସ୍ଥମ୍ବରେ ମୁଖ୍ୟ ଅତିଥି ଡା.ସିଂ ଓଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ପୁଷ୍ପଗୁଛ ଦେଇ ଶ୍ରର୍ଦ୍ଧାଞଳି ଜ୍ଞାପନ କରିଥିଲେ।କୋରାପୁଟ ଜିଲ୍ଲା ପୋଲିସର ସହୀଦ ପରିବାରବର୍ଗ ସଦସ୍ୟଙ୍କୁ ଉପଢୈାକନ ଦେଇ ଏସପି ଡା.ସିଂ ସମ୍ମାନ୍ନିତ କରିଥିଲେ।ଏହି ଅବସରରେ କୋରାପୁଟ ଅତିରିକ୍ତ ଏସପି ଭି .ଆର .ରାଓ,  ଉଦ୍ଧବ ନାୟକ,  ପ୍ରଥମ ଆଇଆରବି,  ସପ୍ତମ ସ୍ୱତନ୍ତ୍ର ଆଇଆରବି ଓ ଓଏସଏପି ୩ ୟ ବାଟାଲିୟନର ପୋଲିସ ଅଧିକାରୀ ଓ ସହୀଦ ପରିବାରବର୍ଗ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାରେ ମାଓ ମୁକାବିଲା ନିମନ୍ତେ ଜିଲ୍ଲା ପୋଲିସ ନିଷ୍ଠାର ସହ କାର୍ଯ୍ୟ କରୁଛି ବୋଲି କୋରାପୁଟ ଏସପି ଡା. କେ.ବିଶାଳ ସିଂ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.