Home ଓଡ଼ିଶା କୋରାପୁଟଠାରେ ରାଜ୍ୟ ମହିଲା ଆୟୋଗଙ୍କ କ୍ୟାମ୍ପ କୋର୍ଟ

କୋରାପୁଟଠାରେ ରାଜ୍ୟ ମହିଲା ଆୟୋଗଙ୍କ କ୍ୟାମ୍ପ କୋର୍ଟ

130

କୋରାପୁଟ ; ତା୨୬-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟଠାରେ ରାଜ୍ୟ ମହିଲା ଆୟୋଗଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଟିତ ହୋଇଯାଇଛି।ସ୍ଥାନୀୟ ସଦଭାବନା ସଭାଗୃହଠାରେ ଆୟୋଜିତ କ୍ୟାମ୍ପ କୋର୍ଟରେ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଯୋଗଦେଇ ୨୫ ଟି କେସର ଶୁଣାଣୀ କରିଥିଲେ।୨ ଟି କେସ ସମାଧାନ କରାଯାଇଥିବା ବେଳେ ୨ଟି କେସ କୋରାପୁଟ ଏସପି ଓ ଗୋଟିଏ କେସ ସୁରକ୍ଷା ଅଧିକାରୀଙ୍କୁ ସମାଧାନ କରିବାକୁ ଦିଆଯାଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, କୋରାପୁଟ ଏସପି ଡାକ୍ତର କେ .ବିଶାଳ ସିଂ, ରାଜ୍ୟ ମହିଲା ଆୟୋଗଙ୍କ ସଦସ୍ୟା ସ୍ନେହାଞଳୀ ମହାନ୍ତି ଓ ତିଲୋତମା ନାୟକ, କମିଶନର ଆଇନ ଉପଦେଷ୍ଟା ଅରବିନ୍ଦ ପଟ୍ଟନାୟକ, ତ୍ରିଲୋଚନ ନାୟକ, ଉମା ଶଙ୍କର ସାହୁ, ଦିବାକର ବିଶ୍ୱାଳ, ଚିତ ରଂଜନ ସାହୁ, ଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାଜଗୁରୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂହ, ଡିସିପିଓ ରାଜଶ୍ରୀ ଦାଶ ପ୍ରମୁଖ ଯୋଗ ଦେଇ କ୍ୟାମ୍ପ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.