Home ଓଡ଼ିଶା କୋଟିଆର ସୁନା ପାହାଡଠାରୁ ପରବ-୨୦୧୮ର ଶୁଭାରମ୍ଭ; କୋରାପୁଟଠାରେ ନଭେମ୍ବର ମାସ ୧୬, ୧୭ ଓ ୧୮...

କୋଟିଆର ସୁନା ପାହାଡଠାରୁ ପରବ-୨୦୧୮ର ଶୁଭାରମ୍ଭ; କୋରାପୁଟଠାରେ ନଭେମ୍ବର ମାସ ୧୬, ୧୭ ଓ ୧୮ ତାରିଖ ୩ ଦିନ ମୁଖ୍ୟ ଉତ୍ସବ

145

କୋରାପୁଟ ; ତା୨୨-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୧୮ର ଶୁଭାରମ୍ଭ ସ୍ଥାନ ନିରୂପଣ କରାଯାଇଥିବା ବେଳେ ତାରିଖ ଘୋଷଣା କରାଯାଇ ନ ଥିବା ବେଳେ ମୁଖ୍ୟଉତ୍ସବ ନଭେମ୍ଭର ମାସ ୧୬, ୧୭ ଓ ୧୮ ତାରିଖ ୩ ଦିନ ପର୍ଯ୍ୟନ୍ତ ଆୟୋଜନ କରାଯିବ ଓ ଏହାର ସ୍ଥାନ ନିରୂପଣ କରାଯାଇ ନାହିଁ।ଆସନ୍ତା ସପ୍ତାହ ମଧ୍ୟରେ ପରବ-୨୦୧୮ର ଶୁଭାରମ୍ଭ ତାରିଖ ଓ ମୁଖ୍ୟ ଉତ୍ସବର ସ୍ଥାନ ନିରୂପଣ କରାଯିବ ବୋଲି ଜଣାପଡିଛି।
ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ପୂର୍ବ ବର୍ଷର ହିସାବ ଉପସ୍ଥାପନା କରିଥିଲେ।ଗତବର୍ଷ ପରବରେ ୫୦ ଲକ୍ଷ ୨୧ ହଜାର ୩୪୦ ଟଙ୍କା ଆଦାୟ କରାଯାଇଥିବା ବେଳେ ୫୩ ଲକ୍ଷ ୬ ହଜାର୯୩୪ ଟଙ୍କା ଖର୍ଚ୍ଚ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।ପରବ-୨୦୧୮ ଶୁଭାରମ୍ଭ କୋଟିଆର ସୁନାପାହାଡଠାରେ ଆୟୋଜନ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରସ୍ତାବ ଦେଇଥିଲେ ଓ ଏହାକୁ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ। ନଭେମ୍ବର ମାସ ୧୬, ୧୭ ଓ ୧୮ ତାରିଖଦିନ କୋରାପୁଟଠାରେ ମୁଖ୍ୟ ଉତ୍ସବ ପାଳନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ଓ ଏହାକୁ ସମସ୍ତେ ସମର୍ଥନ କରିଥିଲେ।କୋରାପୁଟ ଜିଲ୍ଲାର ଆଦିବାସୀ କଳା ଓ ନୃତ୍ୟକୁ ପରବରେ ସ୍ଥାନ ଦେବାକୁ ସ୍ୱତନ୍ତ ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି, ସଦସ୍ୟ ମଦନ କିରସାନି, ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି, ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, କୋରାପୁଟ ସାସଂଦ ଝିନ୍ନ ହିକକା, କୋରାପୁଟ ବିଧାୟକଙ୍କ ପ୍ରତିନିଧି ବାବୁଲା ବେନିଆ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ ପ୍ରମୁଖ ପ୍ରସ୍ତାବ ଦେଇଥିଲେ। ବ୍ଲକ ତଥା ମୁଖ୍ୟ ଉତ୍ସବରେ ଆଦିବାସୀ କଳା ଓ ନୃତ୍ୟକୁ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ।କୋରାପୁଟ ଷ୍ଟାଡିୟମଠାରେ ପ୍ରତିବହଙ ପରବରମୁଖ୍ୟ ଉତ୍ସବ ପାଳନ କରାଯାଇ ଥାଏ କିନ୍ତୁ ଚଳିତ ବର୍ଷ ଷ୍ଟାଡିୟମର ଉନ୍ନତି କାର୍ଯ୍ୟ ହେଉଥିବାରୁ ସେଠାରେ ପରବ ପାଳନ କରାଯାଇ ପାରିବ ନାହିଁ।ଛପର ଛକ ନିକଟରେ ଗତବର୍ଷ ପରବ ପଡିଆର ଶୁଭ ଦିଆଯାଇଥିଲା ଓ ପରବର୍ତି ସମୟରେ ବନ ବିଭାଗ ଉକ୍ତ ଜମି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଳ କହିବା ପରେ ଉକ୍ତ ପଡିଆ ଏବେ ବିବାଦ ଘେରରେ ରହିଯାଇଛି।ଏହି ପ୍ରସ୍ତୁତି ବୈଠକରେ କୋରାପୁଟ ଜିଲ୍ଲା ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତକେଶର ରାୟ, କୋଟପାଡ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ, କୋରାପୁଟ ଟାଉନଥାନା ଭାରପ୍ରାପ୍ତ ଅଧିକାରୀ କ୍ଷିରେଶ୍ୱର ସାହୁ, କୋରାପୁଟ ଡିଏସପି କେ .ସିଏଚ .ଦାଶ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭାପତି ମାଳତି ମାଝି, କୋରାପୁଟ ମ୍ୟୁନସିପାଲଟିର ଅଧ୍ୟକ୍ଷ ଭଗବାନ ବାହିନିପତି, କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ଏବଂ ଜିଲ୍ଲାର ବିଡିଓ ଓ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.